Bikash Khabar
ବିନା ସିମେଣ୍ଟରେ କଂକ୍ରିଟ୍‌ ରାସ୍ତା:ଆଶା ଜଗାଇଲା କିଟ ବିଶ୍ୱବିଦ୍ୟାଳୟର ନୂଆ ପ୍ରଯୁକ୍ତି

ଏଣିକି କଂକ୍ରିଟ୍ରାସ୍ତା ନିର୍ମାଣ ପାଇଁ ସିମେଣ୍ଟର ଆବଶ୍ୟକତା ନାହିଁ। ସିମେଣ୍ଟର ବିକଳ୍ପ ଭାବେ ଜିଓ ପଲିମରକୁ ବ୍ୟବହାର କରାଯାଇପାରିବ। ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ନିର୍ଗତ ଫ୍ଲାଏ ଆସ୍କୁ ବ୍ୟବହାର କରି ଏଭଳି କଂକ୍ରିଟ୍ରାସ୍ତା ନିର୍ମାଣ ସମ୍ଭବ ହୋଇପାରିବ। ଏହି ନୂତନ ଟେକ୍ନୋଲୋଜିକୁ ପରୀକ୍ଷାମୂଳକଭାବେ ବ୍ୟବହାର କରାଯାଇଛି ଏହା ସଫଳ ହୋଇଛି ବୋଲି କିଟ୍ବିଶ୍ବବିଦ୍ୟାଳୟ ପକ୍ଷରୁ ଦାବି କରାଯାଇଛି। କିଟ୍ ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ନୂତନ ଟେକ୍ନୋଲୋଜି ବିକଶିତ କରିଛନ୍ତି ବୋଲି ଦାବି କରିଛନ୍ତି। ପ୍ରଥମ ଥର ଲାଗି ଏହି ଟେକ୍ନୋଲୋଜି ଓଡ଼ିଶାରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ଜୁନ୍ ପ୍ରଥମ ସପ୍ତାହରେ କଟକ ଜିଲ୍ଲା ଅମନପଡ଼ା ଗ୍ରାମ୍ୟ ରାସ୍ତା ନିର୍ମାଣରେ ଏହି ଟେକ୍ନୋଲୋଜିକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଛି। ବିନା ସିମେଣ୍ଟରେ କେବଳ ଶିଳ୍ପ ବର୍ଜ୍ୟକୁ ବ୍ୟବହାର କରି ଏହି କଂକ୍ରିଟ୍ ରାସ୍ତା ନିର୍ମାଣ କରାଯାଇଛି। ପ୍ରଦୂଷଣମୁକ୍ତ ଏହି ଜ୍ଞାନକୌଶଳ ନିର୍ମାଣ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କିଟ୍ ଗବେଷକମାନେ କହିଛନ୍ତି। ସେମାନଙ୍କ କହିବା କଥା ସିମେଣ୍ଟ ତିଆରି ପାଇଁ ଚୂନ ପଥର ବ୍ୟବହାର ହୋଇଥାଏ। ଆସନ୍ତା ୨୦-୨୫ ବର୍ଷ ମଧ୍ୟରେ ଚୂନପଥରର ଘୋର ଅଭାବ ଦେଖା ଦେବ। ଏହାକୁ ଦୃଷ୍ଟିରେ ରଖି ତାପଜ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡ଼ିକରୁ ନିର୍ଗତ ବର୍ଜ୍ୟବସ୍ତୁ ବା ଫ୍ଲାଏଆସ୍କୁ କିପରି ସିମେଣ୍ଟର ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ ତାହାକୁ ନେଇ ସେମାନେ ଦୀର୍ଘଦିନ ଧରି ଗବେଷଣା କରିଆସୁଥିଲେ। ସିମେଣ୍ଟର ବିକଳ୍ପ ଭାବେ ଜିଓ ପଲିମର କଂକ୍ରିଟ୍କୁ ନିର୍ମାଣରେ ବ୍ୟବହାର କରାଯାଇ ପାରିବ ବୋଲି ସେମାନେ ଲାଗିପଡ଼ିଥିଲେ। ତେଣୁ ପରୀକ୍ଷାମୂଳକଭାବେ ଏହି ପାଇଲଟ୍ ପ୍ରକଳ୍ପରେ ଏହି ଜ୍ଞାନକୌଶଳକୁ ବ୍ୟବହାର କରାଯାଇଛି। ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର କଟକ ଡିଭିଜନ ଏବଂ କିଟ୍ ବୈଷୟିକ ଜ୍ଞାନ ସହଯୋଗରେ ଏହି ରାସ୍ତା ନିର୍ମାଣ କରାଯାଇଛି। କଟକ ଗ୍ରାମ୍ୟ ଉନ୍ନୟନ ଡିଭିଜନ୍-୧ର ନିର୍ବାହୀ ଯନ୍ତ୍ରୀ ପ୍ରହଲ୍ଲାଦ ବାରିକ, ଇଂ.ପ୍ରଶାନ୍ତ ସାହୁ, ଇଂ.ରାମାୟା ରଞ୍ଜନ ପଣ୍ତା, ଇଂ.ନୀଳମାଧବ ସାହୁ, ଇଂ.ସାହେବ କୁମାର ସାହୁ, ଇଂ.ସତ୍ୟଜିତ ଦଳେଇ, ଇଂ.ପ୍ରଶାନ୍ତ ଶତପଥୀ, କିଟ୍ ଆସୋସିଏଟ୍ ପ୍ରଫେସର ଦିଲୀପ କୁମାର ବେରା, ପ୍ରାକ୍ତନ ପ୍ରଫେସର ଅଶୋକ କୁମାର ରଥ, ଠିକାଦାର ସେକ୍ ଖଲ୍ଲିଉଲ୍ଲା ଏବଂ ସମାଜସେବୀ ଲଳିତ କୁମାର ଦାଶ ପ୍ରମୁଖ ଏହି ନିର୍ମାଣ ତଦାରଖ କରିଥିଲେ।

17/06/2020

Leave a Reply

Your email address will not be published. Required fields are marked *

Comments