Bikash Khabar
କାର୍ଡ଼ ପରି ଛପା ହୋଇ ମିଳିବ ଡ଼୍ରାଇଭିଂ ଲାଇସେନ୍ସ

ଏଣିକି ସାରା ଦେଶରେ ଡ଼୍ରାଇଭିଂ ଲାଇସେନ୍ସ ଏବଂ ଗାଡ଼ି ରେଜିଷ୍ଟ୍ରେସନ ପ୍ଲାଷ୍ଟିକ କାର୍ଡ଼ରେ ଜାରୀ କରାଯିବ । ଫଳରେ କାଗଜ ଅଥବା ବୁକଲେଟ ଆଧାରିତ ଡ଼ିଏଲ/ଆରସି ବନ୍ଦ ହୋଇଯିବ । ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ଏଭଳି ନିର୍ଦ୍ଦେଶ ଦେଇଛି । ମନ୍ତ୍ରଣାଳୟ ଦ୍ୱାରା ଜାରୀ ହୋଇଥିବା ଅଧିସୂଚନା ଅନୁଯାୟୀ ରାଜ୍ୟ ନିକଟରେ କାର୍ଡ଼ ଫର୍ମାଟରେ ଦୁଇଟି ଦସ୍ତବିଜ ଜାରି କରିବାର ବିକଳ୍ପ ରହିବ । ସାରା ଦେଶରେ କାର୍ଡ଼ ଫର୍ମାଟରେ ଡ଼ିଏଲ ଓ ଗାଡ଼ି ରେଜିଷ୍ଟ୍ରେସନ ସାର୍ଟିଫିକେଟ ଜାରି କରାଯିବାର ଗୋଟିଏ ପ୍ରକାର ମାନଦଣ୍ଡ ରହିବ । ପୂର୍ବରୁ ଏହା ରାଜ୍ୟ ୱାରୀ ଭିନ୍ନ ଭିନ୍ନ ଥିଲା କାଗଜକୁ ପ୍ଲାଷ୍ଟିକ କାର୍ଡ଼ରେ ରୂପାନ୍ତରିତ କରାଗଲେ ଏହା ଅନଲାଇନ ଚେକିଂ ଭଳି କାମରେ ଆସିପାରିବ ଏବଂ ପରିଚାଳନା ଖର୍ଚ୍ଚ ମଧ୍ୟ ଅପେକ୍ଷାକୃତ କମ୍ ରହିବ ।

09/03/2019

Leave a Reply

Your email address will not be published. Required fields are marked *

Comments