Bikash Khabar
ଡିଆରଡିଓ ଆଣିଲା ନୂଆ ଜୀବାଣୁମୁକ୍ତକାରୀ ଯନ୍ତ୍ର, ନୋଟ୍,ଲାପଟପ ,ଫୋନ୍ ଆଦି ସାନିଟାଇଜ୍ କରିହେବ

ଘାତକ କରୋନାଭୂତାଣୁ ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ଆମକୁ ଅନେକ ସାବଧାନତା ଅବଲମ୍ବନ କରିବାକୁ ପଡୁଛିା କୌଣସି ସାମଗ୍ରୀ ସଂସ୍ପର୍ଶରେ ଆସିଲେ ବି ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ କାଗଜ ଟଙ୍କା(ନୋଟ୍), ଟେଲିଫୋନ୍ ଏବଂ ଲାପ୍ଟପ୍ ଆଦି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀଗୁଡି଼କୁ କିପରି ଓଦା ନକରି ଭୂତାଣୁ ରହିତ କରିହେବ ତାହା ହିଁ ଚିନ୍ତାର ବିଷୟ ହୋଇ ରହିଛିା ତେବେ ଏହାର ସମାଧାନ ପାଇଁ ଭାରତୀୟ ପ୍ରତିରକ୍ଷା ଗବେଷଣା ବିକାଶ ସଂସ୍ଥା(ଡିଆର୍ଡିଓ) ଦ୍ବାରା ଏବେ ଏକ ଅଭିନବ ଯନ୍ତ୍ରର ବିକାଶ କରାଯାଇଛିା ହାଇଦ୍ରାବାଦ ସ୍ଥିତ ଡିଆର୍ଡିଓର ପ୍ରମୁଖ ବିଜ୍ଞାନାଗାର ରିସର୍ଚ୍ଚ ସେଣ୍ଟର ଇମାରତ୍(ଆର୍ସିଆଇ) ଦ୍ବାରା ଏକପ୍ରକାର ସ୍ପର୍ଶରହିତ ଅତିବାଇଗଣୀ ରଶ୍ମି ଜୀବାଣୁମୁକ୍ତକାରୀ ଯନ୍ତ୍ର ବିକଶିତ ହୋଇଛିା ଡିଫେନ୍ସ ରିସର୍ଚ୍ଚ ଅଲ୍ଟ୍ରାଭାଓଲେଟ୍ ସାନିଟାଇଜର୍(ଡିଆର୍ୟୁଭିଏସ୍ବା ଡ୍ରଭ୍ସ) ନାମକ ଏହି ବାକ୍ସରେ ମୋବାଇଲ୍ ଫୋନ୍, ଆଇପଡ୍, ଲାପଟପ୍, କାଗଜ ଟଙ୍କା, ବ୍ୟାଙ୍କ ଚେକ୍ସ, ଚାଲାଣ, ଜମାଖାତା, କାଗଜ ଏବଂ ଲଫାପା ଆଦିକୁ ତତ୍କାଳ ଜୀବାଣୁମୁକ୍ତ କରିହେବା ବର୍ତ୍ତମାନ ତିନି ପ୍ରକାରର ମିଳୁଥିବା ଏହି ଯନ୍ତ୍ରର ସର୍ବାଧିକ ମୂଲ୍ୟ ୫୫ ହଜାର ଟଙ୍କା ରହିଥିବା ବେଳେ ବହୁଳ ବ୍ୟବହାର ଉେଦ୍ଦଶ୍ୟରେ ଏହାକୁ ଆହୁରି ଶସ୍ତା କରିବା ଲାଗି ଉଦ୍ୟମ ଜାରି ରହିଛି ବୋଲି ଆର୍ସିଆଇ ନିେର୍ଦ୍ଦଶକ ନାରାୟଣ ମୂର୍ତ୍ତି କହିଛନ୍ତିା

14/05/2020

Leave a Reply

Your email address will not be published. Required fields are marked *

Comments