ପୁରୀ ଓ ବୀରମିତ୍ରପୁରରେ ପୋଲିସ୍ ହେପାଜତରେ ଯୁବକ ଙ୍କ ମୃତ୍ୟୁ ମାମଲାରେ ନିଜ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଅଭୟ । ସେ କହିଛନ୍ତି, ଘଟଣାର ତଦନ୍ତ ହେବ । ଏଭଳି ମୃତ୍ୟୁ ହେଲେ ତଦନ୍ତ ନେଇ ଜାତୀୟ ମାନବାଧିକାର ଆୟୋଗ ଙ୍କ ଗାଇଡଲାଇନ ରହିଛି । ଏବେ ଏହି ଦୁଇ ମୃତ୍ୟୁ ଘଟଣାର ତଦନ୍ତ ମଧ୍ୟ ସେହି ଜାତୀୟ ମାନବାଧିକାର ଆୟୋଗ ଙ୍କ ଦ୍ୱାରା ପ୍ରସ୍ତୁତ ଗାଇଡ଼ ଲାଇନ ଅନୁଯାୟୀ ହେବ । ପୁରୀ ପୋଲିସ ହେପାଜତରେ ଥାଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ କୁ ଡାକ୍ତରୀ ଟିମ୍ ପୋଷ୍ଟମର୍ଟମ କରୁଛନ୍ତି । ସମସ୍ତ ପ୍ରକ୍ରିୟା ଭିଡିଓଗ୍ରାଫି କରାଯାଉଛି । ନିର୍ଧାରିତ ଗାଇଡଲାଇନ ଅନୁସାରେ ଘଟଣାର ତଦନ୍ତ କରାଯିବ ବୋଲି ପୋଲସ ଡିଜି ଅଭୟ ସୂଚନା ଦେଇଛନ୍ତି ।
19/11/2020