ମଂଚ ପାଇଁ ଅନୁମତି ଦାବିକଲେ କଳାକାର ,ରବୀନ୍ଦ୍ର ମଣ୍ଡପ ସାମ୍ନାରେ ପ୍ରତିବାଦ
ସରକାର ଅନଲକ ପର୍ଯ୍ୟାୟରେ ଜୀବନ ଓ ଅର୍ଥନୀତି କୁ ସମାନ ଗୁରୁତ୍ୱ ଦେବେ ବୋଲି କହୁଛନ୍ତି କିନ୍ତୁ ଓଲଟା ଆଚରଣ ଦେଖାଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମଞ୍ଚ କଳାକାର ସଂଘ । ଅର୍ଥନୈତିକ କାର୍ଯ୍ୟକଳାପ କୁ ସରକାର ଅନୁମତି ଦେଇଥିଲେ ବି ଏ ଯାଏଁ ଅନେକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଜାରି ରହିଛି । ମଞ୍ଚ ଓ ଥିଏଟରକୁ ସରକାର ଏ ଯାଏଁ ଅନୁମତି ଦେଇନାହାନ୍ତି । ଖୁବଶୀଘ୍ର ମଞ୍ଚ ନାଟକକୁ ଅନୁମତି ଦାବି କରି ଧାରଣା ଦେଇଛନ୍ତି କଳାକାର । ଏ ନେଇ ଥିଏଟର କଳାକାର ରବୀନ୍ଦ୍ର ମଣ୍ଡପ ସମ୍ମୁଖରେ ଧାରଣା ଦେଇଛନ୍ତି। ଦୁଃସ୍ଥ କଳାକାରଙ୍କୁ ସହଯୋଗ କରିବାକୁ ବି ସେମାନେ ସରକାରଙ୍କୁ କରିଛନ୍ତି।ସୂଚନା ଯୋଗ୍ୟ ଯେ ରାଜ୍ୟରେ ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲିଚି କିନ୍ତୁ ସିନେମା ଘର ,ବିଦ୍ୟାଳୟ ଓ ମନ୍ଦିର ଉପରେ କଟକଣା ଜାରି ରହିଛି । ମହାରାଷ୍ଟ୍ର ରେ ଆସନ୍ତା କାଲିଷୋମବାର ଠାରୁ ମନ୍ଦିର ଖୋଲୁଥିବା ବେଳେ ଓଡ଼ିଶାରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ମଞ୍ଚ ଗୁଡିକ ଉପରେ ମାର୍ଚ୍ଚ ମାସ ଠାରୁ ପର୍ଯ୍ୟାୟ କ୍ରମେ କଟକଣା ବଳବତ୍ତର ରହିଛି ।
15/11/2020