ଆଜି ଧନତେରାସ୍ । ସୁନା କିଣିବା ନେଇ ପରମ୍ପରା ରହି ଆସିଛି । ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଧନଲକ୍ଷ୍ମୀ ଆସି ଥାଆନ୍ତି । ଏଥପାଇଁ ବିଭିନ୍ନ ସୁନା ଦୋକାନରେ ଲୋକଙ୍କ ଭିଡ଼ ଜମେ । ସୁନା ହେଉ କି ରୁପା ଲୋକ ନିଜ ସାମର୍ଥ ଅନୁସାରେ ଧନତେରାସରେ ଲୋକ ବିଭିନ୍ନ ସାମଗ୍ରୀ କିଣି ଆଥାନ୍ତି । ଚଳିତବର୍ଷ କରୋନା କଟକଣା ଯୋଗୁ ଗହଣା ଦୋକାନରେ ଲୋକଙ୍କ ଅହେତୁକ ଭିଡ଼ ନକରିବାକୁ କୁହାଯାଇଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟପାଇଁ ଉଭୟ ଦୋକାନ କର୍ମଚାରୀ ଓ ଗ୍ରାହକ ଙ୍କୁ କହିଛି ପ୍ରଶାସନ । ବିଭିନ୍ନ ସମୟରେ ଗହଣା ଦୋକାନ ପରିସରକୁ ସାନିଟାଇଜ୍ କରିବାକୁ କୁହାଯାଇଛି । କୋଭିଡ୍ ଗାଇଲାଇନ ଉଲ୍ଲଂଘନ କରି ଗହଣା ଦୋକାନରେ ଭିଡ଼ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।ଏସବୁ ସତ୍ୱେ କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ସୁନା ଅଳଙ୍କାର ଦୋକାନ ଗୁଡିକରେ ଗ୍ରାହାକ ଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଚଳିତ ଥର ଅନେକ ଗ୍ରାହକ ଅନଲାଇନ ରେ ସୁନା ରୂପ ସମେତ ଅନ୍ୟାନ ଘରକରଣା କିଣୁଥିବା ଜଣାଯାଇଛି ।
13/11/2020