Bikash Khabar
ଅନ୍‌ଲାଇନ ଡେଲିଭରି ଭିତ୍ତିକ ଗ୍ୟାସ୍‌ ଟ୍ରେଡିଂ ପ୍ଲାଟ୍‌ଫର୍ମର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ,ଶକ୍ତି ଇତିହାସ ରେ ନୂଆ ଅଧ୍ୟାୟ

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଇଣ୍ଡିଆନ ଗ୍ୟାସ୍ଏକ୍ସଚେଞ୍ଜ(ଆଇଜିଏକ୍ସ) ଶୁଭାରମ୍ଭ କରିଛନ୍ତି। ଏହା ଦେଶର ପ୍ରଥମ ଅନ୍ଲାଇନ ଡେଲିଭରି ଭିତ୍ତିକ ଗ୍ୟାସ୍ଟ୍ରେଡିଂ ପ୍ଲାଟ୍ଫର୍ମ। ଏହି ଅବସରରେ ଟ୍ରେଡିଂକୁ ଶୁଭାରମ୍ଭ କରାଯାଇଛି। ପ୍ରାକୃତିକ ବାଷ୍ପ ଡେଲିଭରି କ୍ଷେତ୍ରରେ ଏହା କାର୍ଯ୍ୟ କରିବ। ଏହି ପ୍ଲାଟ୍ଫର୍ମଟି ସମ୍ପୂର୍ଣ୍ଣ ଅଟୋମେଟିକ ଏବଂ ଓ୍ବେବ୍ଭିତ୍ତିକ ଇଣ୍ଟରଫେସ୍ସହ ଆସିଛି। ଗ୍ରାହକଙ୍କୁ ନିରନ୍ତର ଟ୍ରେଡିଂ ଅଭିଜ୍ଞତା ପ୍ରଦାନ ଦିଗରେ ଏହା ସହାୟକ ହେବ ବୋଲି କୁହାଯାଇଛି। ଏଭଳି ପଦକ୍ଷେପ ଦେଶର ଶକ୍ତି ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିଛି ବୋଲି ପ୍ରଧାନ କହିଛନ୍ତି। ଏହା ସାରା ଦେଶରେ ଫ୍ରି ମାର୍କେଟ ପ୍ରାଇସିଂ ଦିଗରେ ଏକ ପ୍ରମୁଖ ଯୋଗଦାନ ରଖିପାରିବ। ଏହାଦ୍ୱାରା ଭାରତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡିକ ଗ୍ରହଣ କରିଥିବା ପଦକ୍ଷେପ ସହ ନିଜକୁ ଯୋଡିପାରିଛି। ଗ୍ୟାସ୍ଆଧାରିତ ଅର୍ଥନୀତି ଦିଗରେ ଏହି ପ୍ଲାଟ୍ଫର୍ମ କାର୍ଯ୍ୟ କରିବ। ଏଥିସହ ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଏହା ବଡ ପଦକ୍ଷେପ। ସେହିଭଳି ଗ୍ୟାସ୍ପରିବହନ ଲାଗି ଶୀଘ୍ର ଏକ ନୂତନ ପ୍ରୋ ବିଜ୍ନେସ ନୀତି ଘୋଷଣା କରାଯିବା ବୋଲି ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଗ୍ୟାସ୍ଭିତ୍ତିଭୂମି ଦିଗରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ ଉପରେ ସେ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି।

16/06/2020

Leave a Reply

Your email address will not be published. Required fields are marked *

Comments