Bikash Khabar
କୋରାପୁଟ ଆଦିବାସୀଙ୍କ ନିଆରା ପରମ୍ପରା, ଯେଉଁଠି ବରଦିଏ କନ୍ୟାପକ୍ଷକୁ ଓଲଟା ଯୌତୁକ

 ଯୌତୁକ ପାଇଁ ସମାଜରେ ନାନା ପ୍ରକାର ବିଭ୍ରାଟ ଦେଖିବାକୁ ମିଳୁଥିବାବେଳେ ରାଜ୍ୟର କେତେକ ଅଂଚଳରେ ଥିବା ଆଦିବାସୀ ସମାଜ ଏହାଠାରୁ ଦୂରରେ ଥିବା ଜଣାଯାଇଛି । କୋରାପୁଟ ଆଦିବାସୀ ସମାଜର ଯୁବକମାନେ ବିବାହ ବେଳେ କନିଆ ପକ୍ଷରୁ ଯୌତୁକ ଦେଇ ବାହା ହେଉଥିବା ଆଜିର ଯୁବ ସମାଜ ପାଇଁ ପ୍ରେରଣା ସୃଷ୍ଟି କରିଛି ।

ପୁଅ ଯଦି ବାହା ହେବ ତ ପୁଅଘର ଲୋକ କନିଆ ଘରକୁ ନଗଦ ଟଙ୍କା, ଛେଳି, ଚାଉଳ ଭଳି ସାମଗ୍ରୀମାନ ଦେବାକୁ ହୋଇଥାଏ । ଏହି ଚାଉଳ, ଛେଳି ଓ ଟଙ୍କାରେ କନ୍ୟାପକ୍ଷ ଭୋଜି କରି ସାହି ଭାଇଙ୍କୁ ଖାଇବାକୁ ଦେଇଥାନ୍ତି । ଏହି ପରମ୍ପରାକୁ ଜଲାବିବା ବୋଲି କୁହାଯାଏ । ଦଲାବିବାରେ ବରଘର ପକ୍ଷରୁ ମାମୁଁ ମାଇଁଙ୍କୁ ନୁଆ ଲୁଗାପଟା ଦିଆଯାଏ । କନିଆ ବିଦା ବେଳକୁ କନିଆ ଗାଁର ଲୋକେ ବରଠାରୁ ଫାଇନ ମାଗନ୍ତି । ଝିଅ ନିଜ ଗାଁର ନଦୀ, ପାହାଡ଼, ବଣ ଜଙ୍ଗଲ, ରାସ୍ତାଘାଟକୁ ପର କରି ଅନ୍ୟ ଗାଁକୁ ଚାଲି ଯାଉଥିବାରୁ ବର ଫାଇନ ଦେଇଥାଏ । ଏହି ପ୍ରାଚୀନ ବିବାହ ପରମ୍ପରା ଆଦିବାସୀ ସମାଜର ଏକତା, ସଂହତି ଓ ସମ୍ମାନ ରକ୍ଷା କରିଥାଏ ବୋଲି କୁହାଯାଏ । 

13/08/2018

Leave a Reply

Your email address will not be published. Required fields are marked *

Comments