Bikash Khabar
ଆଜିଠୁ ୫୬ ଆହାର କେନ୍ଦ୍ରରେ ହେବ ୧୫ ହଜାରଙ୍କୁ ରାତ୍ରିଭୋଜନ ବ୍ୟବସ୍ଥାର ଶୁଭାରମ୍ଭ

ରାଜ୍ୟର ୫୬ଟି ପ୍ରମୁଖ ଚିକିତ୍ସାଳୟ ନିକଟରେ ଅବସ୍ଥିତ ଆହାର କେନ୍ଦ୍ର ଗୁଡ଼ିକରେ ରୋଗୀଙ୍କ ଆତ୍ମୀୟ ଏବଂ ଚିକିତ୍ସା ପାଇଁ ଆସୁଥିବା ଜନସାଧାରଣଙ୍କ ପାଇଁ ଆହାର  ଯୋଜନାରେ ଯୋଗାଇ ଦିଆଯିବ ରାତ୍ରିଭୋଜନ ।

ଦୈନିକ ରାତି ୭ଟାରୁ ୯ଟା ମଧ୍ୟରେ ୧୫ ହଜାର ଲୋକଙ୍କ ପାଇଁ ୫୬ଟି ଆହାର କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ଼ିସେମ୍ବର ୩୧ ସନ୍ଧ୍ୟା ୭ଟାରେ କ୍ୟାପିଟାଲ ହସ୍ପିଟାଲ ପରିସରରୁ ଏହାର ଶୁଭାରମ୍ଭ କରିବା ସହିତ ବୁର୍ଲାସ୍ଥିତ ଭିଏସଏସ ମେଡ଼ିକାଲ କଲେଜ ପରିସରରେ ଖୋଲୁଥିବା ନୁଆ ଆହାର କେନ୍ଦ୍ରର ଲୋକାର୍ପଣ କରିବେ । 
୨୦୧୫ ଏପ୍ରିଲ ମାସ ଠାରୁ ଆହାର କେନ୍ଦ୍ର ଗୁଡ଼ିକ ମଧ୍ୟାହ୍ନ ଭୋଜନ ଯୋଗାଇ ଦେଇ ଆସୁଛନ୍ତି । ୫ ଟଙ୍କା ମୂଲ୍ୟରେ ଭାତ ଓ ଡ଼ାଲମା ଥାଳି ପରିଷି ଏହି ଯୋଜନା ନଗରାଂଚଳ ଭୋଟରଙ୍କୁ ଆକର୍ଷିତ କରିପାରିଛି । ରାଜ୍ୟର ୭୬ଟି ନଗରାଂଚଳରେ ଏଭଳି ସୁବିଧା ଉପଲବ୍ଧ କରାଯାଇଛି ।
ଏହି ଯୋଜନାକୁ ନିରବଚ୍ଛିନ୍ନ ଭାବେ ଚାଲୁ ରଖିବା ପାଇଁ ନବୀନ ପଟ୍ଟନାୟକ ସରକାର ସର୍ବସାଧାରଣଙ୍କ ଠାରୁ ଦାନ ଲୋଡ଼ିଛନ୍ତି । ଆହାର ପାଇଁ ଅନଲାଇନ ଜରିଆରେ ଦାନ ସଂଗ୍ରହ ହେବ ଓ ଏହା ସମ୍ପୂର୍ଣ୍ଣ ଟିକସ ମୁକ୍ତ ହେବ ବୋଲି ଘୋଷଣା କରାଯାଇଛି । 
 

31/12/2018

Leave a Reply

Your email address will not be published. Required fields are marked *

Comments