Bikash Khabar
ରାଜ୍ୟରେ ମହଙ୍ଗା ହେବ ଡ଼ିପ୍ଲୋମା ପାଠ୍ୟକ୍ରମ, ବଢିବ ୫୦ ପ୍ରତିଶତ ଫି

ଆସନ୍ତା ଶିକ୍ଷାବର୍ଷ ଠାରୁ ରାଜ୍ୟରେ ତିପ୍ଲୋମା ପାଠ୍ୟକ୍ରମ ମହଙ୍ଗା ହେବ । ଉଭୟ ସରକାରୀ ଓ ଘରୋଇ ଅନୁଷ୍ଠାନ ଗୁଡ଼ିକରେ କୋର୍ସ ଫି ବୃଦ୍ଧି ପାଇବ । ଘରୋଇ ଅନୁଷ୍ଠାନ ଗୁଡ଼ିକରେ କୋର୍ସ ଫି ୪୦ରୁ ୫୦ ହଜାର ଯାଏ ବୃଦ୍ଧି ପାଇଁ ଦାବି ହେଉଛି । ସେହିପରି ସରକାରୀ ଡ଼ିପ୍ଲୋମା ପାଠ୍ୟକ୍ରମ ଦେଉଥିବା ଅନୁଷ୍ଠାନ ଗୁଡ଼ିକ ମଧ୍ୟ ୫୦ ପ୍ରତିଶତ ଯାଏ ଫି ବୃଦ୍ଧି କରିବା ଦିଗରେ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ନିଷ୍ପତ୍ତି ନେଇଛନ୍ତି । ଖୁବ ଶିଘ୍ର ଏକ ବୈଠକ ବସିବ ଓ ସେଥିରେ ପାଠ୍ୟକ୍ରମ ଫି କେତେ ରଖାଯିବ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ଘରୋଇ ଓ ସରକାରୀ ଅନୁଷ୍ଠାନ ଗୁଡ଼ିକରେ ଫି କୁ ନେଇ ବଡ଼ ଧରଣର ବ୍ୟବଧାନ ରହିଛି । ଏହାର ପରିଣାମ ଘରୋଇ ସଂସ୍ଥା ଗୁଡ଼ିକୁ ଭୋଗିବାକୁ ପଡ଼ୁଛି । ୩୫ଟି ସରକାରୀ କଲେଜରେ ସ୍ଥାନ ପୂରଣ ହୋଇଯାଉଥିବାବେଳେ ଘରୋଇ ଅନୁଷ୍ଠାନ ଗୁଡ଼ିକରେ ୮୫ ପ୍ରତିଶତ ସିଟ୍ ଖାଲି ପଡ଼ୁଛି । ୮୯ଟି ଘରୋଇ ଇଞ୍ଜିନିୟରିଂ ସ୍କୁଲରେ ସିଟ୍ ସଂଖ୍ୟା ୩୭୪୪୦ । ଗତବର୍ଷ ସରକାରୀ ଡ଼ିପ୍ଲୋମା ସ୍କୁଲର ଫି ୫୫୦୦ ଥିବାବେଳେ ଘରୋଇ ଅନୁଷ୍ଠାନ ଗୁଡ଼ିକରେ ୨୬ ହଜାର ୫୦୦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟର ଘରୋଇ ବୈଷୟିକ ସ୍କୁଲ ଗୁଡ଼ିକର ଭିତ୍ତିଭୂମିକୁ ଯାଂଚ କରି କୋର୍ସ ଫି ଧାର୍ଯ୍ୟ କରାନଗଲେ ବହୁ ଅନୁଷ୍ଠାନ ବନ୍ଦ ହୋଇଯିବାର ସମ୍ଭାବନା ଥିବା କୁହାଯାଉଛି ।

28/02/2019

Leave a Reply

Your email address will not be published. Required fields are marked *

Comments