Bikash Khabar
ଶିଳ୍ପୀଙ୍କ ପାଇଁ ବଂଚିଛି ଢୋକ୍ରା କଳା

ପାଂଚ ଦଶନ୍ଧି ତଳେ ପାଂଚଟି ପରିବାରରୁ ଆରମ୍ଭ ହୋଇଥିବା ବାଙ୍କୁରା ଢୋକରା କଳା ଏବେ ୨୦୦ ପରିବାରର ରୋଜଗାରର ଉତ୍ସ ପାଲଟିଛି । କଂଚାମାଲର ଅଭାବ ବଜାର ସମସ୍ୟା ଓ ପୁଞ୍ଜିନିବେଶ ପାଇଁ ଅସାମର୍ଥ୍ୟ କାରଣ ସତ୍ୱେ ବି ପାରମ୍ପରିକ ଢୋକରା କଳା ପ୍ରତି ଚାହିଦା ଉଣା ହୋଇଯାଇନଥିବା କହିଛନ୍ତି ବାଙ୍କୁରା ଶିଳ୍ପୀମାନେ ।

କାଦୁଅ ଓ ବାଲିକୁ ମିଶାଇ ବିଭିନ୍ନ ପ୍ରତିଶୃତି ଗଢେ ଶିଳ୍ପୀ । ଉପରେ ଧାତୁର ଆସ୍ତରଣ ଦିଆଯାଏ । ପୁଣି ଏହାକୁ ସ୍ୱତନ୍ତ୍ର ନିର୍ମିତ ଚୁଲୀରେ ପୋଡ଼ି ମୂର୍ତ୍ତି ବାହାର କରାଯାଏ । ଏହି କଳା ଶିଖିବା ପାଇଁ ଦିନେ ବାଙ୍କୁରାରୁ ଲୋକ ରାମପୁରର ମତମହରଟୋଲା ଯାଉଥିବାବେଳେ ଏବେ ରାଜ୍ୟର ବିଭିନ୍ନ ଅଂଚଳରୁ ବାଙ୍କୁରା ଆସୁଛନ୍ତି ଏହି କଳା ହାସଲ କରିବା ପାଇଁ ।
ସ୍ଥାନୀୟ ଶିଳ୍ପୀମାନଙ୍କ ସଂଘର୍ଷରୁ  ଏହା ତିଷ୍ଠି ରହିଛି । ପ୍ରତିବର୍ଷ ଅକ୍ଟୋବର ମାସରେ ବର୍ଦ୍ଦମାନର ଦରିୟାପୁର ଓ ଆଖପାଖ ଅଂଚଳରେ ଢୋକ୍ରା ମେଳା ହୁଏ । ଏଥିରେ ଶତାଧିକ ଶିଳ୍ପୀ ନିଜ ଉତ୍ପାଦର ପ୍ରଦର୍ଶନୀ କରାଇଥାନ୍ତି । ଧାତୁର ଏହି ନିଆରା ମେଳା ଶିଳ୍ପୀ ଓ ସେମାନଙ୍କର ସୃଷ୍ଟିକୁ ପରିଚିତି ଦେଇଛି ।

09/03/2019

Leave a Reply

Your email address will not be published. Required fields are marked *

Comments