Bikash Khabar
ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇଲେ ହେବ ଲାଇସେନ୍ସ ବାତିଲ୍‌

 ବିନା ହେଲ୍ମେଟ୍ରେ ବାଇକ୍ଚଳାଇ ଧରାପଡ଼ିଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ମାସ ପାଇଁ ବାତିଲ୍ହେବ। ଏଥି ପାଇଁ ପୂର୍ବରୁ ଆଇନ୍ରେ ବ୍ୟବସ୍ଥା ରହିଛି। ଏହି ଆଇନ୍କୁ ଏବେ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତ ୧୭ ତାରିଖରେ ଏହି ପ୍ରସଙ୍ଗରେ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ପୁଲିସ୍ଡିଜି ପରିବହନ କମିସନର୍ଙ୍କୁ ଚିଠି ଲେଖିଛନ୍ତି। ଏହା ସହ ୨୦୧୯ ମସିହା ଏବଂ ୨୦୨୦ ଜାନୁଆରିରୁ ଅକ୍ଟୋବର ମଧ୍ୟରେ ହେଲ୍ମେଟ୍ଆଇନ୍ଉଲ୍ଲଂଘନ କରିଥିବା ଅଭିଯୋଗରେ କେତେ ଜଣଙ୍କର ଡ୍ରାଇଭିଂ ଲାଇେସନ୍ସ ବାତିଲ୍ହୋଇଛି, ତାହାର ଜିଲାୱାରି ରିପୋର୍ଟ ଦେବାକୁ ସଚିବ କହିଛନ୍ତି। ବିନା ହେଲ୍ମେଟ୍ରେ ଗାଡ଼ି ଚଳାଇବା ଦ୍ବାରା କିପରି ଲୋକମାନେ ବିପଦରେ ପଡ଼ୁଛନ୍ତି ତାହାକୁ ତଥ୍ୟ ପ୍ରମାଣ ସହ ଶ୍ରୀ ପାଢ଼ୀ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ୨୦୧୯ରେ ରାଜ୍ୟରେ ୧୧,୦୬୪ଟି ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରୁ ,୬୮୮ଟି ଦୁର୍ଘଟଣାରେ ଦୁଇ ଚକିଆ ଯାନର ସଂପୃକ୍ତି ଥିଲା। ଦୁର୍ଘଟଣାର ଶିକାର ହୋଇଥିବା ମୋଟ ,୩୩୩ ଜଣଙ୍କ ମଧ୍ୟରୁ ,୩୯୮ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ,୧୫୬ ଜଣ ହେଲ୍ମେଟ୍ପିନ୍ଧି ନଥିଲେ। ହେଲ୍ମେଟ ପିନ୍ଧିଥିଲେ ଅନେକଙ୍କ ଜୀବନ ରକ୍ଷା ହୋଇ ପାରିଥାନ୍ତା। ଗତ ବର୍ଷ ବିନା ହେଲ୍ମେଟ୍ରେ ମୋଟର୍ସାଇକେଲ୍ଚଳାଇ ରାଜ୍ୟରେ ୮ଲକ୍ଷ ୫୦ ହଜାର ଲୋକ ଧରାପଡ଼ିଥିଲେ। ଆଇନ୍ରେ ଥିବା ବ୍ୟବସ୍ଥା ଅନୁଯାୟୀ ବିନା ହେଲ୍ମେଟ୍ରେ ମୋଟର୍ସାଇକେଲ୍ଚଳାଇଲେ ଏକ ହଜାର ଟଙ୍କା ଜରିମାନା ସହ ତିନି ମାସ ପାଇଁ ଡିଏଲ୍ବାତିଲ୍କରାଯିବ।

 

20/11/2020

Leave a Reply

Your email address will not be published. Required fields are marked *

Comments