Bikash Khabar
ରୋଗୀକୁ ବନ୍ଧକ ରଖିପାରିବ ନାହିଁ ହସପିଟାଲ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରୋଗୀଙ୍କ ଅଧିକାରକୁ ନେଇ ଏକ ଚାର୍ଟର ଜାରୀ ରହିଛି । ଏହା ଲାଗୁ ହୋଇଥିବା ମାତ୍ରକେ ହସପିଟାଲ ବିନା ଅନାଦେୟ ପାଇଁ ରୋଗୀ ଓ ତାଙ୍କ ସଂପର୍କିୟମାନଙ୍କୁ କୌଣସି ହାଲତରେ ବି ଅଟକାଇ ପାରିବନାହିଁ ।
ରୋଗୀଙ୍କୁ ଅଟକାଇଲେ କିମ୍ବା ମୃତ୍ୟୁସ୍ଥଳେ ମୃତ ଶରୀର ହସ୍ତାନ୍ତର ନକଲେ ଏହାକୁ ଅପରାଧ ଭାବେ ବିବେଚନା କରାଯିବ । ପେମେଣ୍ଟ ମିଳିନଥିବା ଆଳରେ ବିଳମ୍ବ କରିପାରିବେନି ଡ଼ାକ୍ତରଖାନା କର୍ତ୍ତୃପକ୍ଷ । ରୋଗୀଙ୍କ ଚିକିତ୍ସା ସଂପର୍କିତ କାଗଜପତ୍ର, ଚିକିତ୍ସା ବିବରଣୀର ମୂଳ କପି ଓ ହସପିଟାଲରେ ଭର୍ତ୍ତି ପରଠାରୁ କରାଯାଇଥିବା ପରୀକ୍ଷାର ରିପୋର୍ଟ ପାଇବାର ଅଧିକାର ରୋଗୀର ୨୪ ଘଣ୍ଟା ଭିତରେ ପାଇବାର ଅଧିକାର ରହିଛି । କିମ୍ବା ଡ଼ିସଚାର୍ଯ୍ୟ ହେବାର ୭୨ ଘଣ୍ଟା ପରେ ଦିଆଯିବା ଆବଶ୍ୟକ ବୋଲି ଏଥିରେ କୁହାଯାଇଛି । ରୋଗୀ ନିଜ ରୋଗ ସଂପର୍କରେ ଯେ କୌଣସି ଡ଼ାକ୍ତରଙ୍କ ରାୟ ନେଇପାରିବେ । ଏପରି ସ୍ଥିତିରେ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ମାନିବାକୁ ହେବ । ରୋଗୀଙ୍କ ଗୋପନୀୟତା ରଖିବା ହସପିଟାଲର କର୍ତ୍ତବ୍ୟ । ରୋଗୀର ଚିକିତ୍ସା ଏବଂ ଚିକିତ୍ସାର ଯୋଜନାକୁ ଗୋପନୀୟ ରଖିବା ଡ଼ାକ୍ତରଙ୍କ କର୍ତ୍ତବ୍ୟ ବୋଲି ଏଥିରେ ସୂଚାଇ ଦିଆଯାଇଛି । ହସ୍ପିଟାଲରେ ମିଳୁଥିବା ଚିକିତ୍ସା ସେବା ଓ ଦେୟ ରାଶିର ଫଳକ ଟଙ୍ଗାଯିବା ଆବଶ୍ୟକ ଓ ରୋଗୀକୁ ଦେୟର ବିଶେଷ ବିବରଣୀ ଦେବାକୁ ହେବ ।
ଜାତୀୟ ମାନବାଧିକାର ଆୟୋଗ ପକ୍ଷରୁ ଏହି ପେସେଣ୍ଟ ଚାର୍ଟର ପ୍ରସ୍ତୁତ କରାଯାଇଛି । ଏହାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବସାଇଟରେ ସଂଯୋଜିତ କରାଯାଇଛି ।
 

17/09/2018

Leave a Reply

Your email address will not be published. Required fields are marked *

Comments