Bikash Khabar
କରୋନା କାଳରେ ଓଡ଼ିଶାକୁ ୨୨,୨୬୭.୬୬ କୋଟି ଟଙ୍କାର ପ୍ୟାକେଜ ଦେଇଛି କେନ୍ଦ୍ର

କରୋନା ମହାମାରୀ ଆରମ୍ଭରୁ ପର୍ଯ୍ୟନ୍ତ  ଓଡ଼ିଶାକୁ ୨୨,୨୬୭.୬୬ କୋଟି ଟଙ୍କାର ପ୍ୟାକେଜ ଦିଆଯାଇଛି ଏଭଳି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର 3.17 କୋଟି ହିତାଧିକାରୀଙ୍କୁ ମାସିକ 5 କେଜି ଚାଉଳ ଏବଂ ପ୍ରତି ପରିବାରକୁ ମାସିକ 1 କେଜି ଡାଲି ଯୋଗାଇ ଦିଆଯିବା ହିସାବରେ 92.85 ଲକ୍ଷ ହିତାଧିକାରୀଙ୍କ ପରିବାରକୁ ଡାଲି ପ୍ରଦାନ କରାଯାଇଛି ମୋଟ 7 ଲକ୍ଷ 51 ହଜାର 930 ଟନ୍ ଚାଉଳ 44 ହଜାର 130 ଟନ୍ ଡାଲି ଓଡିଶାକୁ ପ୍ରଦାନ କରାଯାଇଛି ସେହିପରି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ରାଜ୍ୟର 20.3 ଲକ୍ଷ ହିତାଧିକାରୀଙ୍କୁ 2 ହଜାର ଟଙ୍କା ପ୍ରଦାନ କରିଛନ୍ତି ଓଡ଼ିଶାର ଚାଷୀଙ୍କୁ ମୋଟ 400.63 କୋଟି ପ୍ରଦାନ କରାଯାଇଛି ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ମାଗଣାରେ 3ଟି ଏଲପିଜି ସିଲିଣ୍ଡରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ 68.79 ଲକ୍ଷ ଏଲପିଜି ସିଲିଣ୍ଡର ଦିଆଯାଇଛି , ଏବଂ କରୋନା ସମୟରେ ଓଡ଼ିଶାର 20.83 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ କୋଠା ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ମୁଣ୍ଡ ପିଛା 1500 ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମୋଟ 312.49 କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

16/10/2020

Leave a Reply

Your email address will not be published. Required fields are marked *

Comments