Bikash Khabar
ବଜ୍ରପାତ ପୂର୍ବରୁ ମିଳିବ ସୂଚନା, ନିୟୋଜିତ ହେବେ ୪୦୦ ଆପଦ ମିତ୍ର

ବାତ୍ୟା ଓ ବନ୍ୟା ପରିଚାଳନା କ୍ଷେତ୍ରରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ସଂସ୍ଥା ସୁନାମ ପାଇଛି । ଫାଇଲିନ ପରିଚାଳନା ପାଇଁ ସଂସ୍ଥାକୁ ନିକଟରେ ମର୍ଯ୍ୟାଦାଜନକ ସ୍କଚ୍ ପୁରସ୍କାରର ତିନୋଟି ବର୍ଗରେ ପୁରସ୍କୃତ କରାଯାଇଥିଲା । ଏବେ କର୍ତ୍ତୃପକ୍ଷ ବଜ୍ରପାତ ଓ ଝଡ଼ ତୋଫାନରୁ କିପରି ଜୀବନ ବଂଚାଇ ହେବ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି । ଶନିବାର ସଚ୍ଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓ ସ ଡ ମା ପରିଚାଳନା ପରିଷଦ ବୈଠକରେ ଏ ପ୍ରସଙ୍ଗରେ କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା ।

ବିଏସଏନଏଲ ସମେତ ସମସ୍ତ ଟେଲିକମ ସେବା ଯୋଗାଣକାରୀ ସଂସ୍ଥାଙ୍କ ଜରିଆରେ ୬ଟି ଜିଲ୍ଲାରେ ସତର୍କ ସୂଚନା ସେବା ସଂଯୋଜିତ ପାଇଁ ପରାମର୍ଶ ଦିଆଯାଇଛି । ଗୋଷ୍ଠୀ ସ୍ତରରେ ସୂଚନା ପ୍ରଦାନ ପାଇଁ ୪୦୦ ଆପଦ ମିତ୍ରଙ୍କୁ ନିୟୋଜିତ କରାଯିବ । ଚଳିତ ମାସ ଶେଷ ସୁଦ୍ଧା ଆପଦ ମିତ୍ର ସ୍ୱେଚ୍ଛାସେବୀଙ୍କୁ ତାଲିମ ପ୍ରଦାନ କରାଯିବ । ୨୫ ଜିଲ୍ଲାରେ ବହୁମୁଖୀ ଆଶ୍ରୟସ୍ଥଳକୁ ବଜ୍ରପାତ ନିରୋଧ ବ୍ୟବସ୍ଥା ସହ ସଂଯୋଜିତ କରାଯିବ । ପ୍ରଥମ ପର୍ଯ୍ୟାୟରେ ୬୪୦ଟି ଆଶ୍ରୟସ୍ଥଳ ହାତକୁ ନିଆଯିବା ନିଷ୍ପତ୍ତି ହୋଇଛି ।

03/03/2019

Leave a Reply

Your email address will not be published. Required fields are marked *

Comments