Bikash Khabar
ଦାଦା ବଟି ରୋକିବାକୁ ଜୋରଦାର ପ୍ରୟାସ,୯୨ ମାମଲା, ୧୦୪ ଗିରଫ

 କଟକ ଭୁବନେଶ୍ୱର କୁ   ଦାଦାବଟିରୁ ମୁକ୍ତ କରିବା ଲକ୍ଷନେଇ କମିସନରେଟ୍ପୁଲିସ ଗତ ଅକ୍ଟୋବରରେ ଆରମ୍ଭ କରିଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦାଦାବଟିକୁ ନା ଏହି ପଦକ୍ଷେପ ଅନୁସାରେ ବର୍ତ୍ତମାନ ସୁଦ୍ଧା ୯୨ ମାମଲା ରୁଜୁ ହୋଇଛି ୧୦୪ ଜଣ ଗିରଫ ହୋଇଛନ୍ତି। ଗିରଫ ତାଲିକାରେ ଜୁଡୋ କୋଚ୍ବିରଞ୍ଚି ହତ୍ୟା ମାମଲାର ମୁଖ୍ୟ ରାଜା ଆଚାର୍ଯ୍ୟ ଥିବାବେଳେ ୩ଜଣ ନକଲି ସାମ୍ବାଦିକ ଅଛନ୍ତି ବାରମ୍ବାର ଅପରାଧ ଘଟାଉଥିବା ଅଭିଯୁକ୍ତଙ୍କ ମଧ୍ୟରୁ କେତେକଙ୍କୁ ଏନ୍ଏସ୍ରେ ମାମଲା ଦରଜ ସହ  ତଡ଼ିପାର୍କରାଯିବା ପାଇଁ ମଧ୍ୟ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାରେ ଜଣଙ୍କୁ ତଡ଼ିପାର୍ହେବା ପାଇଁ ପୁଲିସ ନୋଟିସ୍ଦେଇଛି ସୂଚନାନୁସାରେ କଟକରେ ୪୯ ମାମଲା ରୁଜୁ ହୋଇଛି ୬୬ଜଣଙ୍କୁ ଗିରଫ କରାଯାଇଛି। ଭୁବନେଶ୍ବରରେ ୪୩ ମାମଲାରେ ୪୮ଙ୍କୁ ଗିରଫ କରାଯାଇଛି। ବଡ଼ କଥା ହେଉଛି, ସିଧାସଳଖ ଥାନାକୁ ଆସି ଅଭିଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିପାଇଁ ଜାରି ହୋଇଥିବା ମୋବାଇଲ ନମ୍ବର(୯୯୩୮୯୧୦୦୦୦)ରେ ଲିଖିତ ଅଭିଯୋଗ କରିବା ପାଇଁ କୁହାଯାଇଛି। ଲୋକମାନେ ଫୋନ୍କରି କିମ୍ବା ଏସ୍ଏମ୍ଏସ୍, ହ୍ବାଟ୍ସ୍ଆପ୍ ଟେଲିଗ୍ରାମ୍ ଜରିଆରେ ମଧ୍ୟ ଅଭିଯୋଗ କରିପାରିବେ ବୋଲି କୁହାଯାଇଛି। ତେଣୁ ହ୍ବାଟ୍ସ୍ଆପ୍ଜରିଆରେ ସର୍ବାଧିକ ଅଭିଯୋଗ ଆସୁଛି। ଲୋକମାନଙ୍କର ପରିଚୟ ଗୋପନ ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପ୍ରତି ୧୫ ଦିନରେ ଥାନା ସ୍ତରରେ ଏସିପି ଜୋନ୍ସ୍ତରରେ ସମୀକ୍ଷା କରୁଛନ୍ତି।

26/11/2020

Leave a Reply

Your email address will not be published. Required fields are marked *

Comments