Bikash Khabar
ପ୍ରେରଣା, ଚାକିରୀ ଛାଡ଼ି ଆରମ୍ଭ କଲେ ଗରୀବଙ୍କୁ ଭୋଜନ ଦେବାର ଅଭିଯାନ

ଗୋଟିଏ ଦିଗରେ ଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନ ବଢୁଛି, ଅନ୍ୟ ପଟରେ ଖାଦ୍ୟ ଶସ୍ୟ କ୍ରୟ କରିବାର ସାମର୍ଥ୍ୟ ହରାଉଥିବା ଲୋକଙ୍କ ସଂଖ୍ୟା ଯୋଡ଼ି ହେବାରେ ଲାଗିଛି । ୨୦୧୫ରେ ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଦେଶରେ ୧୯୪.୬ ମିଲିୟନ ଲୋକ କୁପୋଷଣ ଭୋଗୁଛନ୍ତି । ପ୍ରତିଦିନ ପ୍ରାୟ ୩୦୦୦ ଲୋକ କ୍ଷୁଧା ଏବଂ ଏହାର କାରଣରୁ ରୋଗ ସହିତ ସଂଘର୍ଷ କରୁଛନ୍ତି ।

ଅନାହାର ଓ କ୍ଷୁଧାକୁ ନେଇ କେତେକ ଲୋକ ଆଖି ବୁଜି ଦେଉଥିଲେ ହେଁ ଆଉ କେତେକ ଲୋକ ବ୍ୟକ୍ତିଗତ ସ୍ତରରେ କିଛି ସହାୟତା ପାଇଁ ଆଗକୁ ଆସିଥାନ୍ତି । ୨୬ ବର୍ଷ ବୟସର ଜଣେ ଯୁବକ ହର୍ଷିଲ ମିତ୍ତଲ ହେଉଛନ୍ତି ଏପରି ଜଣେ ବ୍ୟକ୍ତି ଯିଏକି ବଳକା ଖାଦ୍ୟକୁ ସଂଗ୍ରହ କରି ଭୋକିଲାଙ୍କ ନିକଟରେ ପହଂଚାଇବାର ପ୍ରୟାସ ଜାରୀ ରଖିଛନ୍ତି । ହଷିଲଙ୍କ ସହ ତାଙ୍କ ବନ୍ଧୁ ଆଶୁତୋଷ ଶର୍ମା ଋଷି ଓମ୍ ଶାହ ଓ ସେଲିନା ଇଲିୟସ ପ୍ରମୁଖ ଯୋଡ଼ି ହୋଇ let's feet ନାମରେ ବାଙ୍ଗାଲୁରରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଥମେ ୪୦ ପ୍ୟାକେଟ ଭୋଜନ ବାଣ୍ଟି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆଜି ସେମାନଙ୍କ ନିକଟରେ ୪ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଯୋଡ଼ି ହୋଇଛନ୍ତି । ଘର ଘର ବୁଲି ଏମାନେ ଅତିରିକ୍ତ ଭୋଜନ ରାନ୍ଧିବା ପାଇଁ ଅନୁରୋଧ କରିଥାନ୍ତି । ରନ୍ଧନ ପରେ ପ୍ୟାକେଟ କରି ସଂଗ୍ରହ କରନ୍ତି । ପରେ ଏହାକୁ ନେଇ ସହରର ବିଭିନ୍ନ ଯାଗାରେ ବାର୍ଦ୍ଦକ୍ୟ, ରୋଗ ଓ ଦିବ୍ୟାଙ୍ଗ ପାଇଁ କାମ କରିପାରୁନଥିବା ବ୍ୟକ୍ତିଙ୍କ ନିକଟରେ ପହଂଚାଇଥାନ୍ତି । ଖାଦ୍ୟ ସହିତ ଏମାନେ ୨୦ ହଜାର ପୋଷାକ ପତ୍ର ସଂଗ୍ରହ କରି ଦେଇଥିବା ଜଣାଯାଇଛି । ସୋସିଆଲ ମିଡ଼ିଆର ସଦୁପଯୋଗ କରି ହର୍ଷିଲ ଓ ତାଙ୍କ ବନ୍ଧୁମାନେ ଅଧିକରୁ ଅଧିକ ସ୍ୱେଚ୍ଛାସେବୀ ଓ ଗରିବଙ୍କ ମଧ୍ୟରେ ସେତୁ ଭଳି କାମ କରିପାରୁଛନ୍ତି ।

15/04/2019

Leave a Reply

Your email address will not be published. Required fields are marked *

Comments