Bikash Khabar
ବାଉଁଶ ଉତ୍ପାଦର ପ୍ରସାର ପାଇଁ ୨ ଦିନିଆ ମହୋତ୍ସବ

ମଣିପୁରରେ ଦୁଇଦିନିଆ ବିଶ୍ୱ ବାଉଁଶ ଦିବସ ପାଳନର ଉତ୍ସବ ଉଦଯାପିତ ହୋଇଯାଇଛି । ଏଥିରେ ବାଉଁଶ ତିଆରି ଭଳିକି ଭଳି ଦ୍ରବ୍ୟର ପ୍ରଦର୍ଶନୀ ଓ ବିକ୍ରୀବଟ୍ଟା ପାଇଁ ଷ୍ଟଲମାନ ଖୋଲା ଯାଇଥିଲା । ଲେଡ଼ିଜ ମାର୍କେଟିଙ୍ଗ ବ୍ୟାଗ୍ ଡ଼େକୋରେଟିଭ ଆଇଟମ, ସାଇକେଲ ଲ୍ୟାମ୍ପ, ବାଉଁଶ ଫ୍ରେମ୍ ଯୁକ୍ତ ସାଇକେଲ , ଫର୍ଣ୍ଣିଚର, ରୋଷେଇ ଶାଳରେ ବ୍ୟବହୃତ ହେଲା ଭଳି ଉପକରଣ, କୁଲା , ବାଉଁଶିଆ, ପାଛିଆ, ବିଂଚୁଣା, ଭୋଗେଇ, ଚାଙ୍ଗୁଡ଼ି, ଡ଼ାଲା ଯାଏଁ ଭଳି କି ଭଳି ଦ୍ରବ୍ୟମାନ ସଜା ହୋଇରଖାଯାଇଛି । ଗହଳି ଚହଳି ଦେଖିବାକୁ ମିଳିଛି ।
ମଣିପୁର ବାଚସ୍ପତି ୟେମ ନାମ ଖେମଚାନ୍ଦ କହିଛନ୍ତି ଯେ ରାଜ୍ୟ ବାହାରେ ବାଉଁଶ ତିଆରି ଉତ୍ପାଦକୁ ନେଇ ବ୍ୟାପକ ଚାହିଦା ରହିଛି । ଯଦି ଆମେ ବାଉଁଶ କଳା ପ୍ରତି ଅଧିକ ମନୋନିବେଶ କରିବା ତେବେ ଶିଳ୍ପ ଜଗତ ଏହାର ବିପଣନ ଦିଗରେ ଆମକୁ ସହାୟତା କରିବେ । ରାଜ୍ୟ ଅର୍ଥନୀତି ସମୃଦ୍ଧ ହେବ । ମଣିପୁରରେ ବାଉଁଶ ଉତ୍ପାଦର ପ୍ରସାର ଦିଗରେ ଆମେ ପ୍ରୟାସ ଜାରୀ ରଖିବୁ ବୋଲି ବାଚସ୍ପତି କହିଛନ୍ତି । ବାଉଁଶ ୩ ବର୍ଷରେ ପରିପକ୍ୱ ହୋଇଥାଏ । ତେଣୁ ଏହାକୁ କାଠର ବିକଳ୍ପ ଭାବେ ବ୍ୟବହାର କଲେ କ୍ଷତି ନାହିଁ । ମଣିପୁରରେ ୫୧ ପ୍ରଜାତିର ବାଉଁଶ ବିକଶିତ ହୋଇଥାଏ । ସେଥିରୁ ୧୦ଟି ପ୍ରଜାତି ଅର୍ଥକରୀ ଏବଂ ଲାଭଦାୟକ । ମଣିପୁରରେ ପ୍ରତିବର୍ଷ ସେପ୍ଟେମ୍ବର ୧୮ ଓ ୧୯ ତାରିଖକୁ ବିଶ୍ୱ ବାଉଁଶ ଦିବସ ଅବସରରେ ବାଉଁଶ ଉତ୍ସବ ଭାବେ ପାଳନ କରାଯାଇଥାଏ । ଏହା ଏକ ରାଜ୍ୟ ଉତ୍ସବ । 
 

20/09/2018

Leave a Reply

Your email address will not be published. Required fields are marked *

Comments