Bikash Khabar
ବନ୍ୟା ଜଳରୁ ଲୋକଙ୍କୁ ଉଦ୍ଧାର କରି ପ୍ରସଂଶା ସାଉଁଟିଲେ ଅଗ୍ନିଶମ କର୍ମଚାରୀ

କରୋନା କାଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ଡାକ୍ତର,ନର୍ସ,ଫାର୍ମାସିଷ୍ଟ,ଆଶା,ଅଙ୍ଗନବାଡି କର୍ମୀ ନିଷ୍ଠାପର ଭାବେ କାମ କରି କୋଭିଡ ଯୋଦ୍ଧା ଭାବେ ନିଆରା ପରିଚୟ ସୃଷ୍ଟି କରିଛନ୍ତି ରାଜ୍ୟରେ ମହାମାରୀ କୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ସାମୁଦ୍ରିକ ବାତ୍ୟା  ଅମ୍ପାନ କମ୍ପନ ସୃଷ୍ଟି କରିଥିଲା ସେ ସମୟରେ ବାତ୍ୟା ପୀଡିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକରି ଅଗ୍ନିଶମ କର୍ମଚାରୀମାନେ ସାବାସୀ ପାଇଥିଲେ   ଏବେ ବିଗତ କିଛିଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟର ୨୦ ଟି ଜିଲା ପ୍ରଭାବିତ ହୋଇଥିବା ବେଳେ ଅନେକ ଲୋକ ପାଣି ଘେର ରେ ଅଛନ୍ତି ପାଣି ଘେର ରେ ଥିବା ୨୦୦ ରୁ ଅଧିକ ଲୋକଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିବା ଜଣାଯାଇଛି  ନିକଟରେ ଜଳ ଘେରି ରେ  ରହିଥିବା ସମ୍ବଲପୁର ସହର ତଲୁଆ ଅଞ୍ଚଳରୁ  ଅନେକ ଲୋକଙ୍କୁ କୂଳକୁ ଆଣି ଦେବଦୁତ ସାଜିଛନ୍ତି ଅଗ୍ନିଶମ ଅଧିକାରୀ ଏମିତି ଘଟଣା ଦେଖିବାକୁ ମିଳିଛି  ଧନୁପାଲି ଅନ୍ତର୍ଗତ ତୁରୀପଡା ଅଂଚଳରେ ସହରକୁ ପଛୁଆ ପାଣି ପ୍ରବେଶ କରୁଥିବା ଫଳରେ ସହରର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଥିଲା ତେବେ ସହରର ତୁରୀପଡାରେ କିଛି ଘର ଜଳବନ୍ଦୀ ହୋଇ ରହିଯିବା ଫଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି ଠିକ୍ ଏହି ସମୟରେ ଜଣେ ଛୋଟ ଛୁଆକୁ ଅଗ୍ନିଶମ ବିଭାଗର କର୍ମଚାରୀ ତାଙ୍କ କାନ୍ଧରେ ବସାଇ ବନ୍ଯାଂଚଳରୁ ସୁରକ୍ଷିତ ଘରୁ ବାହାରକୁ ଆଣିଥିଲେ ଏହି ଭିଡ଼ିଓ ଭାଇରଲ ହେବା ପରେ ଅଗ୍ନିଶମ କର୍ମଚାରୀଙ୍କ ଏହି ସାହସିକ କାମ ପାଇଁ ଲୋକେ ପ୍ରଶଂସା କରିଛନ୍ତି

 

31/08/2020

Leave a Reply

Your email address will not be published. Required fields are marked *

Comments