Bikash Khabar
ପ୍ରଥମ, ମହିଳା କର୍ମଚାରୀଙ୍କ ପାଇଁ ଆଦର୍ଶ ପିଙ୍କ ମତଦାନ କେନ୍ଦ୍ର

ଚଳିତ ସାଧାରଣ ନିର୍ବାଚନରେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ମହିଳାପୁଲିଂ ପାର୍ଟି ଓ ମହିଳା ଭୋଟରଙ୍କୁ  ମତଦାନ କ୍ଷେତ୍ରରେ  ଆଗ୍ରହ ସୃଷ୍ଟି ପାଇଁ ସ୍ୱତନ୍ତ୍ରଭାବେ ଦୁଇଟି ପିଙ୍କ୍ ଭୋଟକେନ୍ଦ୍ର ଖୋଲା ଯାଇଛି । ସବୁ କ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆ ଯାଉଥିବାବେଳେ ନିର୍ବାଚନ ସମୟରେ ମଧ୍ୟ ସେମାନଙ୍କୁ  ସାମିଲ କରି ମହିଳା ମାନେ କେଉଁ କ୍ଷେତ୍ରରେ ବି କମ ନୁହଁନ୍ତି ବୋଲି ଜିଲ୍ଲାପ୍ରଶାସନ ସାବ୍ୟସ୍ତ କରିବା ପାଇଁ ଅନୁରୂପ ପଦକ୍ଷେପ ଗ୍ରହଣ କରିଛନ୍ତି  । ମାଲକାନଗିରି ବିଧାନସଭା ଆସନପାଇଁ ଜିଲ୍ଲାସଦର ମହକୁମା ନିକଟସ୍ତ  ବୁଟିଗୁଡା ନୋଡାଲ ବିଦ୍ୟାଳୟ ରେ ଗୋଟିଏ ପିଙ୍କ୍ ବୁଥ ଓ ଚିତ୍ରକୋଣ୍ଡା ବିଧାନସଭା ଆସନପାଇଁ ବାଲିମେଳା ଠାରେଅନ୍ୟ ଏକ  ପିଙ୍କ୍ ବୁଥ ଖୋଲାଯାଇଛି । ଏହି ଦୁଇଟି  ବୁଥରେ ୬ଜଣ ଲେଖା ମୋଟ୧୨ଜଣ ମହିଳା ପୁଲିଂପାର୍ଟି ଙ୍କ ସହିତ ମହିଳା ପୁଲିସ ଓ ବିଭିନ୍ନ ରାଜନୈତିକ ଦଳର ମହିଳା ଏଜେଟଂ ମାନେ ରହିବେ, ରିଜର୍ଭରେ ଆଉ ଅଧିକ ଦୁଇଜଣ ମହିଳା ପୁଲିଂକର୍ମଚାରିଙ୍କୁ ନିୟୋଜିତ କରାଯାଇଛି, ପୁରୁଷଙ୍କ ସହିତ ଲମ୍ବାଧାଡିରେ ଠିଆ ହୋଇ ଲଜ୍ୟା ଓ ଭୟରେ ଭୋଟ ଦେବାକୁ ଆସୁନଥିବା ମହିଳା ମାନେ ଆଗ୍ରହ ସହକାରେ  ପିଙ୍କ୍ ବୁଥ (ଗୋଲାପି) ଭୋଟକେନ୍ଦ୍ରରେ ଆସି ନିଜ ନିଜ ମତଦାନ କରିବେ, ଏହି ମଡେଲ ପିଙ୍କ୍ ବୁଥ ଦ୍ୱାରା ମହିଳାମାନଙ୍କ ଶତପ୍ରତିଶତ ମତଦାନ ହୋଇପାରିବ ବୋଲି ଉପଜିଲ୍ଲାପାଳ ତଥା ରିଟର୍ନିଂ ଅଫିସର ରାମେଶ୍ୱର ପ୍ରଧାନ ସୁଚନାଦେଇଛନ୍ତି ।

11/04/2019

Leave a Reply

Your email address will not be published. Required fields are marked *

Comments