Bikash Khabar
ପୁରୀରେ ହେଲା ରାଜ୍ୟର ପ୍ରଥମ କଇଁଛ ମହୋତ୍ସବ

ଶୀତଋତୁରେ ବିରଳ ଅଲିଭ ରିଡ଼ଲେ ପ୍ରଜାତିର କଇଁଛ ବେଳାଭୂମିକୁ ଗଣ ଅଣ୍ଡାଦାନ ପାଇଁ ଆସିଥାନ୍ତି । ଅଣ୍ଡାରୁ ଫୁଟି ସମୁଦ୍ରରେ ମିଶୁଥିବା କଇଁଛ ଶାବକମାନଙ୍କୁ ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ସମାଗମ ହୁଏ । ପର୍ଯ୍ୟଟକମାନଙ୍କ ମଧ୍ୟରେ ଆହୁରି ଅଧିକ ପ୍ରଚାର ପ୍ରସାର କରାଇ ପର୍ଯ୍ୟଟନର ବିକାଶ ପାଇଁ ଆଭିମୁଖ୍ୟ ରଖାଯାଇ ପୁରୀ ବେଳାଭୂମିରେ କକ୍ସ ଆଣ୍ଡ କିଙ୍ଗ୍ସ ଫାଉଣ୍ଡେସନ ଏବଂ ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲର ମିଳିତ ଆୟୋଜନରେ ପ୍ରଥମ କଇଁଛ ଉତ୍ସବ ପୁରୀ ବେଳାଭୂମିରେ ପାଳିତ ହୋଇଯାଇଛି ।

ସୂଚନା ଯୋଗ୍ୟ ଯେ ଓଡ଼ିଶା ବିରଳ ଅଲିଭ ରିଡ଼ଲେଙ୍କ ଏନ୍ତୁଡ଼ିଶାଳ ପାଲଟିଛି । ପ୍ରତିବର୍ଷ ଲକ୍ଷ ଲକ୍ଷ କଇଁଛ ଅଣ୍ଡାଦାନ ପାଇଁ ଅକ୍ଟୋବରରେ ଓଡ଼ିଶା ମୁହାଁ ହୋଇଥାନ୍ତି । ଏହି ବିରଳ ପ୍ରାଣୀର ସୁରକ୍ଷା ସଂରକ୍ଷଣ ସହ ପର୍ଯ୍ୟଟନର ବୃଦ୍ଧି ଲକ୍ଷ୍ୟ ନେଇ ପୁରୀରେ ପ୍ରଥମ କଇଁଛ ମହୋତ୍ସବ ଆରମ୍ଭ ହୋଇଥିବା କକ୍ସ ଆଣ୍ଡ କିଙ୍ଗସ ଫାଉଣ୍ଡେସନ କହିଛି ।

13/01/2019

Leave a Reply

Your email address will not be published. Required fields are marked *

Comments