Bikash Khabar
ହ୍ରାସ ପାଉଛି ମହାନଦୀରେ ମାଛ ଉତ୍ପାଦନ, ଛଡ଼ାହେଲା ୫୦ ହଜାର ଯାଆଁଳ

ଦିନକୁ ଦିନ ମହାନଦୀରେ ମତ୍ସ୍ୟ ସମ୍ପଦ ହ୍ରାସ ପାଉଛି। ଫଳରେ ମହାନଦୀ କୂଳରେ ରହୁଥିବା ହଜାର ହଜାର ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରଭାବିତ ହେଉଛି। ତେଣୁ ନଦୀରେ ମତ୍ସ୍ୟ ସମ୍ପଦ ବୃଦ୍ଧି ସହ ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ଅଣ୍ଟା ଭିଡ଼ିଛି ଭୁବନେଶ୍ବର କୌଶଲ୍ୟଗଙ୍ଗସ୍ଥିତ ଭାରତ ସରକାରଙ୍କ ମଧୁରଜଳ ମତ୍ସ୍ୟଚାଷ ଗବେଷଣା କେନ୍ଦ୍ର(ସିଫା) ଆଜି ସିଫା ପକ୍ଷରୁ ବାରଙ୍ଗ ନରାଜଠାରେ ମହାନଦୀରେ ୫୦ ହଜାର ମାଛ ଯାଆଁଳ ଛଡ଼ା ଯାଇଛି। ସିଫା, ରାଜ୍ୟ ମତ୍ସ୍ୟ ବିଭାଗ ରୋଟାରି କ୍ଲବ ଭୁବନେଶ୍ୱର ରୟାଲ୍ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମଥର ପାଇଁ ମହାନଦୀରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ଅନିଲ କୁମାର ସାମଲ ଯୋଗ ଦେଇଥିଲେ। ସିଫାର ନିର୍ଦ୍ଦେଶକ . ସରୋଜ କୁମାର ସ୍ୱାଇଁ, କେନ୍ଦ୍ରୀୟ ଅନ୍ତସ୍ଥଳୀୟ ମତ୍ସ୍ୟ ଗବେଷଣା ସଂସ୍ଥାର ନିର୍ଦ୍ଦେଶକ . ବସନ୍ତ କୁମାର ଦାସ, ରୋଟାରି ଜିଲ୍ଲା ଗଭର୍ଣ୍ଣର ସୌମ୍ୟରଞ୍ଜନ ମିଶ୍ର, ମତ୍ସ୍ୟବିଜ୍ଞାନୀ ହିମାଶୁଂ ସ୍ୱାଇଁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ବବିତା ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ମତ୍ସ୍ୟଜୀବୀମାନଙ୍କର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି ସଫଳ ହେଲେ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କରାଯିବ ବୋଲି ଅତିଥିମାନେ କହିଥିଲେ।

29/11/2020

Leave a Reply

Your email address will not be published. Required fields are marked *

Comments