Bikash Khabar
ନୂଆ ରୂପ ପାଇବ ଅସ୍ତରଙ୍ଗ ମାଛଧରା ବନ୍ଦର

ଦେବୀ ମୁହାଣ ଖୋଳାଯିବ । ମାଛଧରା ଟ୍ରଲର ରହିବା ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଡ଼ିଜେଲ ଟାଙ୍କି, ବରଫ କଳ, ରାସ୍ତା ଓ ପାରମ୍ପରିକ ଡ଼ଙ୍ଗା ରହିବା ପାଇଁ ବ୍ୟବସ୍ଥା କରାଯିବ । ଡ଼ଙ୍ଗା ମରାମତି ଶାଳର ନିର୍ମାଣ ସାଙ୍ଗକୁ ମାଛଧରା ବନ୍ଦରର ଆନୁସଙ୍ଗିକ ବିକାଶ ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଉ ଥିବା ନେଇ ସୂଚନା ମିଳିଛି ।

୧୯୮୨ ମସିହାରେ ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ନିକଟ ନୁଆଗଡ଼ ଠାରେ ମାଛଧରା ବନ୍ଦରର ଶୁଭ ଦିଆଯାଇଥିଲା । ଶହେ ବୋଟ ରହିବା ପାଇଁ ତିଆରି ହୋଇଥିଲା ପାଣି ଟାଙ୍କି, ଗୋଦାମ କାର୍ଯ୍ୟାଳୟ । ହେଲେ ମାଛ ରଖିବା ପାଇଁ ବରଫ ନମିଳିବା, ପର୍ଯ୍ୟାପ୍ତ ସଂରକ୍ଷଣ ସୁବିଧା ନହେବାରୁ ଡ଼ଙ୍ଗା ଓ ଟ୍ରଲର ପାରାଦ୍ୱୀପ ଚାଲିଯିବାକୁ ଲାଗିଲା । ତା ପରଠୁ ଭୂତକୋଠି ହୋଇ ପଡ଼ି ରହିଲା ଏହି ଯାଗା । ଏବେ ବନ୍ଦରର ଉନ୍ନତିକରଣ ପାଇଁ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ବୁଲି ଦେଖିଛନ୍ତି । କୋଟିଏ ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ ହୋଇଛି । ଖୁବ ଶିଘ୍ର ଅସ୍ତରଙ୍ଗ ବନ୍ଦରର ନୁଆ ରୂପ ଦେଖିବାକୁ ମିଳିବ ବୋଲି ମତ୍ସ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପ୍ରତାପ ରାଉତ ସୂଚାଇଛନ୍ତି ।

13/03/2019

Leave a Reply

Your email address will not be published. Required fields are marked *

Comments