Bikash Khabar
ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂ ଉଡାଇବେ ରାଫେଲ

 ଭାରତୀୟ ବାୟୁସେନାର ରାଫେଲ ସ୍କ୍ବାଡ୍ରନରେ ପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ୍ ବନିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂ। ମହିଳା ଯୁଦ୍ଧ ବିମାନ ପାଇଲଟଙ୍କ ଦ୍ୱିତୀୟ ବ୍ୟାଚ୍ ଅଂଶ ଭାବରେ ୨୦୧୭ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ ଶିବାଙ୍ଗୀ ସିଂ। ତାଙ୍କ ଜନ୍ମ ବାରାଣାସୀରେ। ଏବେ ସେ ରାଫେଲ ସ୍କ୍ବାଡ୍ରନରେ ସାମିଲ ହେବା ପାଇଁ ତାଲିମ ନେଉଛନ୍ତି।  ଖୁବ୍ ଶୀଘ୍ର ସେ ଅମ୍ବାଲାରେ ଥିବା ୧୭ସ୍କ୍ବାଡ୍ରନ, ଗୋଲ୍ଡେନ୍ ଆରୋଜର ଏକ ଆନୁଷ୍ଠାନିକ ଅଂଶ ହେବେ   କିଛି ଦିନ ତଳେ ୧୦ଜଣ ମହିଳା ପାଇଲଟଙ୍କୁ ରାଫେଲ ସ୍କ୍ବାଡ୍ରନରେ ସାମିଲ କରିବା ପାଇଁ ତାଲିମ ଦିଆଯାଉଥିବା ଖବର ସାମ୍ନାକୁ ଆସିଥିଲା ଏହା ସହ ସେମାନଙ୍କ ମଧ୍ୟରୁ ଜଣେ ମହିଳା ପାଇଲଟ ରାଫେଲ ସ୍କ୍ବାଡ୍ରନରେ ସାମିଲ ହେବେ ବୋଲି ଖବର ମିଳିଥିବା ବେଳେ ଏବେ ଶିବାଙ୍ଗୀ ସିଂଙ୍କୁ ରାଫେଲ ସ୍କ୍ବାଡ୍ରନରେ ସାମିଲ କରାଯିବ ବୋଲି ଜଣା ପଡ଼ିଛି।

23/09/2020

Leave a Reply

Your email address will not be published. Required fields are marked *

Comments