Bikash Khabar
ଦୃଷ୍ଟିହୀନ ଫୁଟବଲ୍ ଖେଳାଳିଙ୍କ କୋଲକତା ଯାତ୍ରା, ପୂର୍ବାଂଚଳ ଦୃଷ୍ଟିହୀନ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଇଣ୍ଡିଆନ୍ ବ୍ଲାଇଣ୍ଡ ଫୁଟବଲ ଫେଡ଼େରେସନ (ଆଇବିଏଫଏଫ) ଦ୍ୱାରା ପ୍ରଥମଥର ପାଇଁ ପୂର୍ବାଂଚଳ ଦୃଷ୍ଟିହୀନ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ କୋଲକତାର ରସେଲ ଷ୍ଟ୍ରିଟଠାରେ ନଭେମ୍ବର ୩ ଓ ୪ତାରିଖରେ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ଶୁକ୍ରବାର ଦିନ ଜନଶତାବ୍ଦୀ ଟ୍ରେନ ଯୋଗେ ଖେଳାଳିମାନେ ଶୁଭଯାତ୍ରା ଆରମ୍ଭ କରିଛନ୍ତି । ଜାତୀୟ ଦୃଷ୍ଟିବାଧିତ ଅନୁଷ୍ଠାନ(ଏନ୍ଏବି) ଓଡ଼ିଶା ଶାଖା ଦ୍ୱାରା ଖେଳାଳିମାନଙ୍କୁ ଚୟନ କରାଯାଇଥିଲା । ମ୍ୟାନେଜର ଅଜୟ ସାମଲ୍, କୋଚ୍ ତ୍ରିଲୋଚନ ବେଉରା ଖେଳାଳିମାନଙ୍କ ସହ ଯାତ୍ରା କରିଛନ୍ତି । ନୂଆଦିଲ୍ଲୀର ସାମାଜିକ ଅନୁଷ୍ଠାନ ‘ଆଶ୍ରା’ ପକ୍ଷରୁ ଓଡ଼ିଶା କୃଷି ଓ ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କ୍ରୀଡ଼ାଅଧିକାରୀ ଗୋପୀମୋହନ ପଟ୍ଟନାୟକ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ପ୍ରିୟବ୍ରତ ପଣ୍ଡା ଏବଂ ଭାରତ ସରକାରଙ୍କ ଏନସିଏସସିଡ଼ିଏର ୟଙ୍ଗ୍ ପ୍ରଫେସନାଲ ଅଧିକାରୀ ପଦ୍ମନାଭ ରାଓ, ୟୁଡ଼ିସି କମଲ ଚନ୍ଦ୍ର ନନ୍ଦି,ଇନଟେକ୍ ଆସିଷ୍ଟାଣ୍ଟପଲ୍ଲବୀ ରାଉତ, ଡ଼ବ୍ଲୁଏସ୍ ପୂର୍ଣ୍ଣଚନ୍ଦ୍ର ନାୟକ, ନରହରି ସ୍ୱାଇଁ, ଡ଼ୋମେଷ୍ଟିକ ଇଲେଟ୍ରିକାଲର କୃଷ୍ଣଚନ୍ଦ୍ର ଘଡ଼ାଇ କର୍ମଚାରୀ ପ୍ରମୁଖ ପୋଖରୀପୁଟସ୍ଥିତ ଏନସିଏସସିଡ଼ିଏ ପରିସର ମଧ୍ୟରେ ଉପସ୍ଥିତ ରହି ପୁଷ୍ପ ପ୍ରଦାନ କରି ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ । ଓଡ଼ିଶା ଦଳରେ କୋରାପୁଟ ଜିଲ୍ଲାରୁ ସମର ନନ୍ଦିବଡ଼ି, ନୟାଗଡ଼ ଜିଲ୍ଲାରୁ ବାପିନା ନାୟକ, ଉମାକାନ୍ତ ସେନାପତି, ବାଲେଶ୍ୱର ଜିଲ୍ଲାରୁ ପଙ୍କଜ ମଙ୍ଗଲ, ଆଶିଷ କୁମାର ସାହୁ ଏବଂ ମୟୂରଭଞ୍ଜ ଜିଲ୍ଲାରୁ ଜଗା ଖଣ୍ଡୁଆଳ, ମଙ୍ଗତ ହେମ୍ରମ୍ବ ଓ ନେତ୍ରାନନ୍ଦ ଜେନା ପ୍ରମୁଖ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । 

 

03/11/2018

Leave a Reply

Your email address will not be published. Required fields are marked *

Comments