Bikash Khabar
ଏପ୍ରିଲ ୧ରୁ ଆଜି ଯାଏଁ ମାଗଣାରେ ବଣ୍ଟା ହୋଇଛି ୬.୮ କୋଟି ସିଲିଣ୍ଡର

କୋଭିଡ-୧୯ ଦ୍ବାରା ଅର୍ଥବ୍ୟବସ୍ଥାରେ ଦେଖାଦେଇଥିବା ପ୍ରଭାବକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ” (ପିଏମଜିକେପି) ପ୍ରବର୍ତ୍ତନ କରିଛନ୍ତି ଏହି ଯୋଜନା ଅଧୀନରେ ଗତ ଏପ୍ରିଲ ତାରିଖରୁ କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ କୋଟିରୁ ଅଧିକ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା (ପିଏମୟୁୱାଇ) ହିତାଧିକାରୀଙ୍କୁ ମାସ ପାଇଁ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇ ଦେଇଆସୁଛି। ସୂଚନା ଅନୁସାରେ, ପିଏମଜିକେପି ଅଧୀନରେ ପିଏମୟୁୱାଇ ହିତାଧିକାରୀଙ୍କୁ ତୈଳ ବିପଣନ କମ୍ପାନୀଗୁଡ଼ିକ (ଓଏମସି) ଗତ ଏପ୍ରିଲ ମାସ ମଧ୍ୟରେ ୪୫୩.୦୨ ଲକ୍ଷ ସିଲିଣ୍ଡର ବିତରଣ କରିଛନ୍ତି ଏହି ପ୍ୟାକେଜ ଅଧୀନରେ ଚଳିତ ମାସ ୨୦ ତାରିଖ ସୁଦ୍ଧା ପିଏମୟୁୱାଇ ହିତାଧିକାରୀଙ୍କୁ ଓଏମସି ସମୁଦାୟ ୬୭୯.୯୨ ସିଲିଣ୍ଡର ଯୋଗାଇ ଦେଇଛି ଏଥିରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ହିତାଧିକାରୀମାନଙ୍କୁ ସେମାନଙ୍କ ବ୍ୟାଙ୍କ ଜମା ଖାତାରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ (ଡିବିଟି) ମାଧ୍ୟମରେ ଆଗୁଆ ଅର୍ଥ ପ୍ରଦାନ କରାଯାଇଥିଲା କରୋନା ଯୋଦ୍ଧା କୁହାଯାଉଥିବା ଏଲପିଜି ସିଲିଣ୍ଡର ଯୋଗାଣ କର୍ମଚାରୀମାନେ ହିତାଧିକାରୀମାନଙ୍କୁ ସିଲିଣ୍ଡର ଯୋଗାଣ କରିବା ସହିତ ସେମାନଙ୍କୁ ସ୍ଵଚ୍ଛତା ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳି ବିଷୟରେ ସଚେତନ କରାଉଛନ୍ତି

22/05/2020

Leave a Reply

Your email address will not be published. Required fields are marked *

Comments