Bikash Khabar
ଅକ୍ଟୋବର ୧୫ ସୁଦ୍ଧା ଓଡ଼ିଆରେ ଲେଖାହେବ ନାମଫଳକ

ଆଗାମୀ ଅକ୍ଟୋବର ୧୫ ସୁଦ୍ଧା ରାଜଧାନୀର ସବୁ ନାମଫଳକ ଓଡ଼ିଆରେ ଲେଖାହେବ । ବିଭିନ୍ନ ଅନୁଷ୍ଠାନ ଓ ବ୍ୟବସାୟୀମାନେ ଯେପରି ସ୍ୱଇଚ୍ଛାରେ ଓଡ଼ିଆରେ ନାମଫଳକ ଲେଖିବେ ସେ ଦିଗରେ ବିଏମସି ଓ ଶ୍ରମବିଭାଗ ସଚେତନ କରାଇବେ ।
ଉନ୍ନୟନ କମିସନରଙ୍କ ବାରମ୍ବାର ତାଗିଦା ସତ୍ତେ୍ୱ କେହି ମାନୁ ନାହାନ୍ତି । ଏବେ ଓଡ଼ିଆରେ ନାମଫଳକ ଲେଖା ହୋଇଛି କି ନାହିଁ ଯାଂଚ କରିବା ପାଇଁ ଏକ ୱେବସାଇଟ ଖୋଲାଯିବ । ଏଥିରେ ସମସ୍ତ ନାମ ଫଳକ ତଦାରଖ ପାଇଁ ବ୍ୟବସ୍ଥା ରହିବ । ଯଦି କୌଣସି ଅନୁଷ୍ଠାନର ନାମ ଫଳକ ଓଡ଼ିଆରେ ଲେଖା ହୋଇନଥିବ ତେବେ ଯେ କେହିବି ଏହାର ଫଟୋ ଉଠାଇ ସଂପୃକ୍ତ ୱେବସାଇଟରେ ଅପଲୋଡ଼ କରିପାରିବେ । ଶ୍ରମ ବିଭାଗ ଏହାର ତଦାରଖ ଓ ଯାଂଚ କରି କାର୍ଯ୍ୟାନୁଷ୍ଠାନ ନେବ ।
ଭାଷା ଭିତ୍ତିରେ ରାଜ୍ୟ ଗଠନରେ ଓଡ଼ିଶା ପ୍ରଥମ ରାଜ୍ୟ । ଏହି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି । ଯାହା ଆମ ପାଇଁ ଗର୍ବର ବିଷୟ । କିନ୍ତୁ ଆମେ ଆମ ନିଜ ରାଜ୍ୟରେ ନିଜ ମାତୃଭାଷାରେ ନାମଫଳକକୁ ଲେଖିବାରେ ସଙ୍କୋଚ କାହିଁକି ବୋଲି ପ୍ରଶ୍ନ ଉଠିଛି । ତୁରନ୍ତ ନାମଫଳକ ଓଡ଼ିଆରେ ଲେଖିବାକୁ ଉନ୍ନୟନ କମିସନର ଆର ବାଲକ୍ରିଷ୍ଣନ ନିର୍ଦ୍ଦେଶ ଦେଇଛନ୍ତି ।
 

16/09/2018

Leave a Reply

Your email address will not be published. Required fields are marked *

Comments