Bikash Khabar
୧୫୦୦ ଟଙ୍କା ରୁ ଏବେ ୮ ମସଲା ଫ୍ୟାକ୍ଟ୍ରି ର ମାଲିକ ,ଏମିତି ବ୍ୟବସାୟିକ ଯାତ୍ରା ଥିଲା ମସଲା କିଙ୍ଗ ଧର୍ମପାଲ ଗୁଲାଟିଙ୍କର

  ଭାରତୀୟ ମସଲା ଜଗତର ସମ୍ରାଟ  କୁହାଯାଉଥିବା ଏମଡିଏଚ  ଗ୍ରୁପର ମାଲିକ ମହାଶୟ ଧର୍ମପାଲ ଗୁଲାଟି ଗୁରୁବାର ସକାଳୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୯୮ ବର୍ଷ ବୟସରେ ତାଙ୍କର ହୃଦଘାତ ରେ ମୃତ୍ୟୁ ଘଟିଛି  ସେ ଗତ କିଛି ଦିନ ଧରି ଅସୁସ୍ଥ ହୋଇ ଦିଲ୍ଲୀର ମାତା ଚନ୍ନନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମହାଶୟ ଧର୍ମପାଲ ଏପରି ଜଣେ ବ୍ୟକ୍ତି ଯିଏକି ଭାରତ-ପାକିସ୍ତାନ ବିଭାଜନ ପରେ ଭାରତ ଆସିଥିଲେ ପ୍ରଥମେ ସେ ଘୋଡାଗାଡି ଚଳାଇ ନିଜର ଜୀବିକା ପ୍ରତିପୋଷଣ  କରୁଥିଲେ ପରେ ମସଲା ଜଗତର ବାଦଶାହ ପାଲଟିଥିଲେ ତାଙ୍କୁ ପଦ୍ମ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ସେ ୧୯୨୩, ମାର୍ଚ୍ଚ ୨୭ରେ ସିଆଲକୋଟରେ ଜନ୍ମଗ୍ରହଣ କରିଥିଲେ ଯାହା ଏବେ ପାକିସ୍ତାନରେ ରହିଛି ୧୯୩୩ରେ ସେ ପଞ୍ଚମ ପାସ୍ କରିବା ପୂର୍ବରୁ ସ୍କୁଲ ଛାଡିଦେଇଥିଲେ ୧୯୩୭ରେ ନିଜ ପିତାଙ୍କ ବ୍ୟବସାୟରେ ସାମିଲ ହୋଇଥିଲେ ଏହାସହ ସାବୁନ, କପଡା, ହାର୍ଡଓୟାର ଚାଉଳ ବ୍ୟବସାୟ କରିଥିଲେ   ଏହାପରେ ପିତାଙ୍କ ଦୋକାନ ମହେଶିୟା ଦି ହଟ୍ଟିରେ କାମ କରିଥିଲେ ଏହାକୁ ଶୁଖିଲା ଲଙ୍କା ଦୋକାନ ଭାବେ ସମସ୍ତେ ଜାଣିଥିଲେ ସେ ଭାରତ-ପାକିସ୍ତାନ ବିଭାଜନ ପରେ ଦିଲ୍ଲୀ ଆସିଯାଇଥିଲେ ସେପ୍ଟେମ୍ବର ୨୭, ୧୯୪୭ରେ ତାଙ୍କ ପାଖରେ କେବଳ ୧୫୦୦ ଟଙ୍କା ଥିଲା ଏହି ଟଙ୍କାରୁ ୬୫୦ ଟଙ୍କା ଦେଇ ସେ ଏକ ଘୋଡାଗାଡି କିଣିଥିଲେ ଏହାକୁ ଦିଲ୍ଲୀ ରେଳ ଷ୍ଟେସନରୁ କୁତୁବ ରୋଡ ଯାଏଁ ଚଳାଉଥିଲେ

ଦିନକୁ ଦିନ ସେ ଅଧିକ ରୋଜଗାର କରିଥିଲେ ପରେ ସେ ଆଜମାଲ ଖାନ ରୋଡରେ ଏକ ଦୋକାନ ଖୋଲିଥିଲେ ଏହି ଦୋକାନ ପରେ ସେ ଆଉ ପଛକୁ ହଟିନଥିଲେ ଆଜି ତାଙ୍କ ଗ୍ରୁପ୍ ପାଖରେ ଭାରତ ଦୁବାଇରେ ୧୮ଟି ମସଲା ଫ୍ର୍ୟାକ୍ଟ୍ରି ଅଛି ଏହି ଫ୍ୟାକ୍ଚ୍ରିରୁ ପ୍ରସ୍ତୁତ ଏମଡିଏଚ ମସାଲା ସାରା ବିଶ୍ୱରେ ପ୍ରସିଦ୍ଧ ଏମଡିଏଚର ୬୨ଟି ସାମଗ୍ରୀ ରହିଛି କମ୍ପାନୀ ଉତ୍ତର ଭାରତର ୮୦ ପ୍ରତିଶତ ବଜାରରେ ନିଜର ଦବଦବା ରଖିଛି ବ୍ୟବସାୟ ସହ ସେ ଏପରି କିଛି କାମ କରୁଥିଲେ ଯାହା ସମାଜ ପାଇଁ ହିତ ସାବ୍ୟସ୍ତ ହୋଇଛି ସେ ହସ୍ପିଟାଲ, ସ୍କୁଲ ତିଆରି କରିଛନ୍ତି ଏବେସୁଦ୍ଧା ଏମଡିଏଚ ଗ୍ରୁପ ୨୦ରୁ ଅଧିକ ସ୍କୁଲ ଖୋଲିସାରିଛି ମହାଶୟ ଧର୍ମପାଲ ନିଜ ସାମଗ୍ରୀର ବିଜ୍ଞାପନ ନିଜେ କରୁଥିଲେ ଅଧିକାଂଶ ସମୟ ଟିଭି ପରଦାରେ ତାଙ୍କୁ ଏମଡିଏଚ ମସଲା ବାବଦରେ କହୁଥିବା ଦେଖିବାକୁ ମିଳେ ତାଙ୍କୁ ବିଶ୍ୱର ସବୁଠାରୁ ବୟସ୍କ ବିଜ୍ଞାପନ ତାରକା ବୋଲି ବିବେଚନା କରାଯାଏ

03/12/2020

Leave a Reply

Your email address will not be published. Required fields are marked *

Comments