Bikash Khabar
କରୋନା କବଳରେ ଗଂଜାମ

 ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଧୀରେ ଧୀରେ ବିଗିଡ଼ାବାକୁ ବସିଛି। ଜୁନ୍ ମାସ ରାଜ୍ୟ ପାଇଁ ଏକପ୍ରକାର ବିପଦ ଡାକି ଆଣିଛି। ଗତ ୩ଦିନ ହେବ ଲଗାତାର ଭାବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ହେବାରେ ଲାଗିଛି। ଗଞ୍ଜାମ ଜିଲ୍ଲାରେ ଆଉ ୨ଜଣ ବ୍ୟକ୍ତି ସୋମବାର  କରୋନାରେ ପ୍ରାଣ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଘୋଷଣା ହୋଇଛି। ଗଞ୍ଜାମ ଜିଲ୍ଲାରେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବୟସ ୪୮ ୫୨ବର୍ଷ ରହିଛି। ଚିକିତ୍ସାଧୀନ ଅବସ୍ଥାରେ ଦୁହିଁଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଯାହାଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩ରେ ପହଞ୍ଚିଛି। ଗଞ୍ଜାମରେ କେବଳ ୧୨ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି।ଗଞ୍ଜାମ ଜିଲ୍ଲାର ୨ଟି ଏନଏସିର ୧୮ଟି ୱାର୍ଡ ୮ଟି ଗାଆଁକୁ କଣ୍ଟେନମେଣ୍ଟ ଜୋନ୍  ଘୋଷଣା କରାଯାଇଛି। ସୋମବାର  ରାତିରେ ଜିଲ୍ଲାପାଳ ଏନେଇ ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବେଗୁନିଆପଡ଼ା ବ୍ଲକ ବୁରୁଝରି ଗ୍ରାମ,କାଣ୍ଡସରା, ବିଲିପଡା, ଫାଶୀ ଗ୍ରାମ, ସୋରଡା ଏନଏସିର ୮ନମ୍ବର ୱାର୍ଡ, ବେଲଗୁଣ୍ଠା ଏନଏସିର ,, , ୧୦ ୧୧ ନମ୍ବର ୱାର୍ଡ,ଚିକିଟି ଏନଏସିର ଠାରୁ ୧୨ ନମ୍ବର ମୋଟ ୬ଟି ୱାର୍ଡ, ଛତ୍ରପୁର ଏନଏସିର ୧୨ ନମ୍ବର ୱାର୍ଡ, ଖଲ୍ଲିକୋଟ ବ୍ଲକ ଲଂଗଳେଶ୍ୱର ପଞ୍ଚାୟତ, ପୁରୁଷୋତ୍ତମପୁର ବ୍ଲକର ଶିକୁଲା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ଜିଲାପାଳ।ଏହି ଅଞ୍ଚଳରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହିଭଳି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ। ଏଥିଲାଗି ଉକ୍ତ ଅଞ୍ଚଳରେ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଏହି ଅଞ୍ଚଳରେ ଲୋକଙ୍କୁ ଘରୁ ବାହାରିବା ଲାଗି ପରାମର୍ଶ ଦିଆଯାଇଛି।

30/06/2020

Leave a Reply

Your email address will not be published. Required fields are marked *

Comments