Bikash Khabar
ସୁନା ଦୋକାନରେ ଉଡୁଛି ମାଛି ତେଣେ ୧୧ ବର୍ଷର ରେକର୍ଡ ଦର ରେ ପହଁଚିଲା ସୁନା

କୋରନା ମହାମାରୀ ଆତଙ୍କ ରେ ସାରା ବିଶ୍ୱ ଜୀବନ ଆଉ ଜୀବିକା କୁ ବଞ୍ଚାଇବା ପାଇଁ ପର୍ଯ୍ୟାୟକ୍ରମେ ଲକ ଡାଉନ ସଟଡାଉନ ଜାରି ରହିଛି  ବଜାର ରେ ସ୍ୱାଭାବିକ  ଅବସ୍ଥା ଫେରି ନଥିବା ବେଳେ ସୁନା ଅଳଙ୍କାର ଦୋକାନଗୁଡିକ କିଣାବିକା କରିପାରୁନାହାନ୍ତି  ଗ୍ରାହକ ମାନେ ସୁନା ଅଳଂକାର ପାଇଁ ଇଛା ପ୍ରକାଶ କରୁନଥିବାର ପ୍ରମୁଖ କାରଣ ମଧ୍ୟରୁ ବାହାଘର ବ୍ରତଘର ବାତିଲ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି ଯେଉଁ ବାହାଘର ଋତୁରେ ସୁନଦୋକାନ ଗୁଡିକ ଚଳଚଞ୍ଚଳ ହୋଇଥାନ୍ତା ସେହି ଋତୁରେ ଦୋକାନ ଗୁଡିକ ଖାଁ ଖାଁ ଲାଗୁଚି  ଏପ୍ରିଲଠାରୁ ଘରୋଇ ସୁନା ବଜାରରେ ଏକ ପ୍ରକାର ମାନ୍ଦାବସ୍ଥା ଛାଇ ରହିଛି ହେଲେ କ୍ଷେତ୍ରରେ ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି ଚାରିଆଡେ ମାନ୍ଦାବସ୍ଥା ସତ୍ତ୍ବେ ବଜାରରେ ବଢ଼ିବାରେ ଲାଗିଛି ଦୁଇ ମୂଲ୍ୟବାନ ଧାତବ ପଦାର୍ଥ ସୁନା ଏବଂ ରୁପା ମୂଲ୍ୟ ଅଶୋଧିତ ତେଲ ଦର ବଢ଼ିବା ଏବଂ ଅନ୍ୟ ଅନ୍ତର୍ଜାତୀୟ କାରଣ କୁ ନେଇ ବିଶ୍ବ ପୁଞ୍ଜି ବଜାରରେ କାରବାର ମାନ୍ଦା ରହିବା ଯୋଗୁ ନିବେଶକମାନେ ସୁନାକୁ ଏକ ଭରଷାଯୋଗ୍ୟ ନିବେଶ ମାଧ୍ୟମ ଭାବେ ବିବେଚନା କରିବା ଫଳରେ ସୁନା ଚାହିଦାରେ ବୃଦ୍ଧି ଘଟୁଛି ଏହାଫଳରେ ବଜାରରେ ଏହି ଧାତୁ ମୂଲ୍ୟରେ ବୃଦ୍ଧି ଘଟିଛି ନିକଟରେ ଘରୋଇ ବଜାରରେ ସୁନା ମୂଲ୍ୟ ଭରି ବା ୧୦ ଗ୍ରାମ ପିଛା ୫୦,୦୦୦ ଟଙ୍କା ଟପିଥିବାବେଳେ ରୁପା କିଲୋ ପିଛା ୫୫,୦୦୦ ଟଙ୍କା ଅତିକ୍ରମ କରିଛି ବୁଧବାର  ବଜାରରେ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ୭୮ ଟଙ୍କା ବୃଦ୍ଧି ଘଟି ୪୯,୧୦୫ ଟଙ୍କାରେ ପହଞ୍ଚିଛି ଅନ୍ୟପକ୍ଷରେ ଗୋଟିଏ ଦିନରେ ରୁପା ମୂଲ୍ୟରେ କିଲୋ ପିଛା ,୧୧୩ ଟଙ୍କା ବୃଦ୍ଧି ଘଟିଛି   ନ୍ୟୁୟର୍କଠାରେ ସୁନା ମୂଲ୍ୟ ଆଉନ୍ସ ପିଛା​.% ବୃଦ୍ଧି ଘଟି ୧୮୧୮.୫୩ ଡଲାର ଛୁଇଁଛି ସୂଚନାଯୋଗ୍ୟ , ୨୦୧୧ ସେପ୍ଟେମ୍ବର ପରେ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ଏହା ହେଉଛି ସର୍ବୋଚ୍ଚ ସ୍ତର ସେହିଭଳି ରୂପା ଆଉନ୍ସ ପିଛା .% ବୃଦ୍ଧି ହୋଇ ଏହା ୧୯.୭୬ ଡଲାରରେ ପହଞ୍ଚିଛି ତେବେ ୨୦୧୬ ସେପ୍ଟେମ୍ବର ପରେ ରୁପା ମୂଲ୍ୟରେ ଏହା ହେଉଛି ସବୁଠୁ ସର୍ବାଧିକ

23/07/2020

Leave a Reply

Your email address will not be published. Required fields are marked *

Comments