ହାଇଦ୍ରାବାଦର ଚଉଦ ବର୍ଷ ବୟସର ଅଗସ୍ତ୍ୟ ଜୈସୱାଲ ଭାରତର ପ୍ରଥମ ଛାତ୍ର ଭାବେ ମାତ୍ର ୧୪ ବର୍ଷ ବୟସରେ ସ୍ନାତକ ଡିଗ୍ରୀ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଅଗସ୍ତ୍ୟ ହାଇଦ୍ରାବାଦ ଓସମାନିଆ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ ଜଣେ ଜାତୀୟ ସ୍ତରର ଟେବୁଲ୍ ଟେନିସ୍ ଖେଳାଳି । କେବଳ ଏତିକି ନୁହେଁ, ଅଗସ୍ତ୍ୟ ଦୁଇ ହାତରେ ଲେଖିବାରେ ବେଶ ଧୁରନ୍ଧର। ତାଙ୍କ ନିକଟରେ ଏକାଧିକ ପ୍ରତିଭା ରହିଛି । ପାଠ ପଢା ସହ ଅନ୍ୟକଳାରେ ମଧ୍ୟ ସେ ଧୁରନ୍ଧର। ସେ ଜଣେ ଗାୟକ ଏବଂ ପିଆନୋ ବାଦକ ମଧ୍ୟ। ଏହା ବ୍ୟତୀତ ସେ ଜଣେ ଆନ୍ତର୍ଜାତୀୟ ମୋଟିଭେସନାଲ୍ ବକ୍ତା ଭାବେ ମଧ୍ୟ ପରିଚିତ। ଅଗସ୍ତ୍ୟ ଜୈସୱାଲଙ୍କ ପିତାମାତାଙ୍କ କହିବା କଥା “ପ୍ରତ୍ୟେକ ପିଲାର କିଛି ବିଶେଷ ଗୁଣ ଅଛି, ଯଦି ସମସ୍ତଙ୍କ ପିତାମାତା ତାଙ୍କ ପିଲା ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ତେବେ ସେମାନଙ୍କ ପିଲା ମଧ୍ୟ କୌଣସି ନା କୌଣସି କ୍ଷେତ୍ରରେ ଇତିହାସ ସୃଷ୍ଟି କରିପାରିବେ । ଜୈସୱାଲ ତେଲେଙ୍ଗାନାର ପ୍ରଥମ ଛାତ୍ର ଯିଏକି ୯ ବର୍ଷ ବୟସରେ ୭.୫ ଜିପିଏ ସହ ଦଶମ ପାସ୍ କରିଥିଲେ । ୧୧ ବର୍ଷ ବୟସରେ ଅଗସ୍ତ୍ୟ ଜୈସୱାଲ ମଧ୍ୟ ପ୍ରଥମ ଛାତ୍ର ଯିଏକି ୬୩% ରଖି ଯୁକ୍ତ ଦୁଇ ପାସ୍ କରିବା ସହ ତେଲେଙ୍ଗାନାରେ ରେକର୍ଡ କରିଥିଲେ। ଅଗସ୍ତ୍ୟ ହାଇଦ୍ରାବାଦର ସେଣ୍ଟ ମେରି କଲେଜ ୟୁସୁଫଗୁଡାର ଛାତ୍ର। ଅଗସ୍ତ୍ୟ କହିଛନ୍ତି ଯେ ସେ ଏମବିବିଏସ୍ କରି ଡାକ୍ତର ହେବାକୁ ଚାହୁଁଛନ୍ତି। ତାଙ୍କ ମା ଭାଗୀଲକ୍ଷ୍ମୀ କୁହନ୍ତି ଯେ ଆମେ ତାଙ୍କୁ ସବୁବେଳେ ତାକୁ କହୁ -ପଢ଼ୁଥିବା ପାଠ କୁ ସମ୍ପୁର୍ଣ୍ଣ ବୁଝିବା ସହ ନିଜ ଭାଷାରେ ତାହାକୁ ରୁପାନ୍ତରିତ କର , ଯାହା ଦ୍ବାରା ବିଷୟକୁ ବୁଝିବାରେ କୌଣସି ଅସୁବିଧା ହେବ ନାହିଁ।
22/11/2020