Bikash Khabar
ପଞ୍ଚାୟତ ନେଲା ନିଷ୍ପତ୍ତି, ଶୌଚାଳୟ ନଥିବା ପରିବାରରେ ଦିଆଯିବ ନାହିଁ ଝିଅର ବିବାହ

 ଅକ୍ଷୟ କୁମାର ଅଭିନୀତ ଟଏଲେଟ-ଏକ ପ୍ରେମକଥା ପ୍ରେରଣା ପାଇ ହରିୟାଣା ସିରସା ଜିଲ୍ଲା ଗୋଡ଼ିକାନ ଗ୍ରାମ ପଂଚାୟତ ଏକ ପ୍ରସ୍ତାବ ଗୃହୀତ କରାଇଛି, ଯାହାକୁ ନେଇ ଏବେ ସାରା ରାଜ୍ୟରେ ଆରମ୍ଭ ହୋଇଛି ଚର୍ଚ୍ଚା ।  ପଂଚାୟତର ନିଷ୍ପତ୍ତି ଅନୁଯାୟୀ ଶୌଚାଳୟ ନଥିବା ପରିବାରକୁ କେହି ଝିଅ ଦେବେ ନାହିଁ । ଶୌଚାଳୟ ସହ ଝିଅର ମାମ ମର୍ଯ୍ୟଦା ଯୋଡ଼ି ହୋଇ ରହୁୁଥିବାରୁ  ପଂଚାୟତ ଏଭଳି ଦୃଢ ନିଷ୍ପତ୍ତି ନେଇଛି । ସରପଂଚ ଧର୍ମପାଲ ମୁଣ୍ଡଲିୟା କହିଛନ୍ତି ଯେ ଗୋଡ଼ିକାନ ଗ୍ରାମ ପଂଚାୟତ ସର୍ବ ସମ୍ମତ୍ତିକ୍ରମେ ଏହି ପ୍ରସ୍ତାବ ଗତ ଜୁନ୍ ୮ରୁ ଗୃହୀତ କରାଇଛି ।

ହରିୟାଣା ସରକାର ରାଜ୍ୟର ସରପଂଚମାନଙ୍କୁ  ସ୍ୱଚ୍ଛ ଭାରତ ଦିଗରେ କାମ କରିବା ପାଇଁ ପ୍ରବର୍ତ୍ତନା ଦେବା ସହିତ ଟୟଲେଟ-ଏକ ପ୍ରେମକଥା ସିନେମା ଦେଖାଇବାର ବିଶେଷ ବ୍ୟବସ୍ଥା କରାଇଥିଲେ । ପ୍ରସ୍ତାବରେ କୁହାଯାଇଛି କି ଗ୍ରାମର ପ୍ରତ୍ୟେକ ବାସିନ୍ଦା ନିଜ ଝିଅ ଓ ଭଉଣୀର ବିବାହ କେବଳ ସେହି ପରିବାରରେ କରାଇବେ ଯେଉଁ ଘରେ ଶୌଚାଳୟ ଥିବ । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପଂଚାୟତର ଏଭଳି କାର୍ଯ୍ୟକୁ ସାବାସୀ ଜଣାଇଛନ୍ତି । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି ଯେ, ପଂଚାୟତର ଏଭଳି ନିଷ୍ପତ୍ତି ଅଭିନନ୍ଦନୀୟ ଓ ପ୍ରେରଣା ଦାୟକ । 

30/06/2018

Leave a Reply

Your email address will not be published. Required fields are marked *

Comments