Bikash Khabar
ପୁନେ, ୧୦ ଟଙ୍କାରେ ଭଡ଼ାରେ ମିଳୁଛି ହେଲମେଟ

ଭୁବନେଶ୍ୱର ଭଳି ମହାରାଷ୍ଟ୍ରର ପୁନେରେ ଦୁଇଚକିଆ ଯାନ ଚାଳକମାନଙ୍କୁ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରିଛି ସ୍ଥାନୀୟ ପୋଲିସ । ବିନା ହେଲମେଟରେ ଗାଡ଼ି ଚଳାଉଥିବା ଚାଳକମାନଙ୍କ ଠାରୁ ଜରିମାନା ଆଦାୟ ହେଉଛି । କିନ୍ତୁ ପୁନେ ନିକଟରେ ଥିବା ଏକ ସହର ପିପରି-ଚିଚୱାଡ଼ରେ ପରିସ୍ଥିତି ଭିନ୍ନ । ପିପରିରେ ହେଲମେଟ ପିନ୍ଧିବାକୁ ଏତେ ଗୁରୁତ୍ୱ ଦିଆଯାଇନାହିଁ । କିନ୍ତୁ ଏଠାର ବାସିନ୍ଦାମାନେ କୌଣସି କାମରେ ପୁନେ ଯିବାକୁ ହେଲେ ହେଲମେଟ ଯୋଗାଡ଼ କରିବାକୁ ପଡ଼େ । ଏଭଳି ଅନେକ ଦୁଇଚକିଆ ଯାନର ଚାଳକ ଅଛନ୍ତି ଯେଉଁମାନେ ଗାଡ଼ି କିଣିଛନ୍ତି । କିନ୍ତୁ ହେଲମେଟ୍ କିଣିପାରୁନାହାନ୍ତି । ନିଜର ସୁରକ୍ଷାକୁ ନେଇ ଆଦୌ ଚିନ୍ତା କରୁନଥିବା ଏହି ଲୋକଙ୍କ ପାଇଁ ଅନେକ ବ୍ୟବସାୟୀ ଏବେ ଏକ ନୁଆ ପ୍ରକାର ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ଏହି ଦୋକାନ ମାନଙ୍କରେ ହେଲମେଟ୍ ଭଡ଼ାରେ ଦିଆଯାଉଛି । ହେଲମେଟର ଭଡ଼ା ଦିନସାରା ଏବଂ ଘଣ୍ଟା ପ୍ରତି ହିସାବରେ ଦିଆଯାଉଛି । ବିଭିନ୍ନ ବ୍ରାଣ୍ଡ, ସାଇଜ ଓ ରଙ୍ଗର ଅନେକ ପ୍ରକାର ହେଲମେଟ ଏହି ଦୋକାନ ଗୁଡ଼ିକରେ ମହଜୁଦ ସହ ଭଡ଼ା ଦିଆଯାଉଛି । ଭଡ଼ା ନେବାକୁ ହେଲେ ୨୦୦ରୁ ୫୦୦ ଯାଏ ଫେରସ୍ତ ଯୋଗ୍ୟ ଅମାନତ ଅଗ୍ରୀମ ସ୍ୱରୂପ ଦେବାକୁ ହୁଏ । ଗୋଟିଏ ହେଲମେଟ ୩ ଘଣ୍ଟା ପାଇଁ ୧୦ରୁ ୨୦ ଟଙ୍କା ମଧ୍ୟରେ ଭଡ଼ାରେ ଯୋଗାଇ ଦିଆଯାଇଥାଏ । ୧୦୦-୨୦୦ ଟଙ୍କା ଜରିମାନା ବଦଳରେ ୧୦ ଟଙ୍କା ଭଡ଼ାକୁ ବାଇକ ଚାଳକମାନେ ପସନ୍ଦ କରିଥାନ୍ତି ।

19/01/2019

Leave a Reply

Your email address will not be published. Required fields are marked *

Comments