Bikash Khabar
ସମ୍ବଲପୁରର ଯୁବ ଗବେଷକଙ୍କୁ ସଫଳତା, ହର୍ବାଲ ଡ଼ିଟରଜେଣ୍ଟ ପ୍ରସ୍ତୁତ କରି ପାଇଲେ ଆନ୍ତର୍ଜାତୀୟ ଖ୍ୟାତି

ସମ୍ବଲପୁରର ଯୁବ ଗବେଷକ ମାନସ ନନ୍ଦ ହର୍ବାଲ ଡ଼ିଟରଜେଣ୍ଟ ପ୍ରସ୍ତୁତ କରି ଆନ୍ତର୍ଜାତୀୟ ପ୍ରଶଂସା ପାଇଛନ୍ତି । ସମ୍ବଲପୁର ସେଣ୍ଟଯୋଶେଫ ପରେ ଗଙ୍ଗାଧର ମେହର କଲେଜ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ପରେ ଆଇଆଇଏମରୁ ଅର୍ଥନୈତିକ ବ୍ୟାପାରରେ ସ୍ନାତକ ଶିକ୍ଷା ପରେ ପୁଞ୍ଜିନିବେଶ ସଂପର୍କିତ ମାନ୍ୟତା ପ୍ରାପ୍ତ ସଂଗଠନରେ କାମ କରିଥିଲେ । ମାନସ ନିଜର ଦକ୍ଷତାକୁ ଜନସ୍ୱାର୍ଥ ପାଇଁ ବିନିଯୋଗ କରିବାର ଲକ୍ଷ୍ୟ ନେଇ ସ୍ୱେଚ୍ଛାସେବୀ ସଂଗଠନ ଆର୍ଟ ଅଫ ଲିଭିଙ୍ଗରେ ଯୋଗ ଦେଇଥିଲେ । ଭାରତର ଗ୍ରାମ୍ୟ ଜୀବନକୁ ଅତି ପାଖରେ ଦେଖିବାର ସୁଯୋଗ ପାଇଥିଲେ ମାନସ । ଝାଡ଼ଖଣ୍ଡରେ ଥିବାବେଳେ ସେ ଅଁଳା, ହରିଡ଼ା, ବାହାଡ଼ା ଓ ସିକାକାଇ ଆଦି ବନଜ ଦ୍ରବ୍ୟ ଭିତ୍ତିକ ଜୀବିକାର ଉନ୍ନତି ପାଇଁ ଚିନ୍ତା କରୁଥିଲେ । ଏଭଳି ଉଦ୍ୟୋଗ ପାଇଁ ସେ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ଏମବିଏ ପାଠ୍ୟକ୍ରମରେ ନାମ ଲେଖାଇ କଠିନ ପରିଶ୍ରମ କରିଥିଲେ । ସମ୍ବଲପୁର ଜିଲ୍ଲାରେ ଲୋକେ ବ୍ୟବହାର କରୁଥିବା ରିଠା ଫଳକୁ ନେଇ ସେଥିରୁ ଡ଼ିଟରଜେଣ୍ଟ ପ୍ରସ୍ତୁତିରେ ଲାଗିଥିଲେ । ଏହା ସଫଳ ହୋଇଥିଲା ।
ଜୈବିକ ଉପାଦାନକୁ ନେଇ ବିନା ରାସାୟନିକ ଦ୍ରବ୍ୟ ମିଶ୍ରଣରେ ତାଙ୍କର ଏହି ଉଭାବନ ଭବିଷ୍ୟତରେ ନୁଆ ସମ୍ଭାବନା ସୃଷ୍ଟି କରିବ । ସମ୍ବଲପୁର ନନ୍ଦପଡ଼ା ନିବାସୀ ସୁରେଶ ଚନ୍ଦ୍ର ନନ୍ଦ ଓ ଭୂମିସୂତା ନନ୍ଦଙ୍କ ପୁତ୍ର ମାନସଙ୍କୁ କର୍ଣ୍ଣାଟକ ସରକାର ସମ୍ବର୍ଦ୍ଧିତ କରିଥିବା ଜଣାଯାଇଛି । 
 

11/09/2018

Leave a Reply

Your email address will not be published. Required fields are marked *

Comments