Bikash Khabar
ମାନବ ବିକାଶ ସୂଚକାଙ୍କ ୧୩୦ ଅଙ୍କ ପାଇଲା ଭାରତ

ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡ଼ିପି) ପକ୍ଷରୁ ପ୍ରକାଶିତ ମାନବ ବିକାଶ ସୂଚକାଙ୍କରେ ଭାରତ ଗୋଟିଏ ଅଙ୍କ ଉପରକୁ ଉଠି ୧୩୦ତମ ସ୍ଥାନରେ ପହଂଚିଥିବା ଜଣାଯାଇଛି ।
୨୦୧୬ରେ ଭାରତ ୧୩୧ତମ ସ୍ଥାନରେ ଥିବାବେଳେ ୨୦୧୭ରେ ଭାରତର ଏଚଡ଼ିଆଇ ମୂଲ୍ୟ ୦.୬୪ ରହିଛି । ଲକ୍ଷାଧିକ ଲୋକଙ୍କୁ ଦାରିଦ୍ର‌୍ୟ ସୀମାରେଖାରୁ ଉପରକୁ ଉଠାଇବା ଦିଗରେ ଭାରତର ଏହି ପଦକ୍ଷେପକୁ ପ୍ରଗତିର ସୂଚକ ବୋଲି ୟୁଏନଡ଼ିପି ଦର୍ଶାଇଛି ।
ଆୟୁଷ, ଶିକ୍ଷା ଓ ରୋଜଗାର ସୂଚକାଙ୍କର ଏକ ସମଷ୍ଟିଗତ ତାଲିକା ହେଉଛି ଏଚଡ଼ିଆଇ । ତାଲିକାରେ ନରୱେ ଶୀର୍ଷରେ ସ୍ଥାନ ପାଇଛି । ଭାରତରେ ଲୋକଙ୍କର ହାରାହାରି ଆୟୁଷ ୬୮.୮ ବର୍ଷ ରହିଛି । ୨୦୧୬ରେ ଏହା ୬୮.୬ ଥିଲା । ଶ୍ରମ ଶକ୍ତିରେ ପୁରୁଷଙ୍କ ହାର ୬୮.୮ ଥିବାବେଳେ ମହିଳାଙ୍କ ହାର ୨୭.୨ ରହିିଛି । 
 

15/09/2018

Leave a Reply

Your email address will not be published. Required fields are marked *

Comments