Bikash Khabar
ଆଇଆଇଟି ଭୁବନେଶ୍ୱର ର ସଫଳତା;୧୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ୨୫ ଲକ୍ଷର ଅଫର

ଚଳିତ ବର୍ଷ କୋଭିଡ୍‌-୧୯ ପାଇଁ କ୍ୟାମ୍ପସ ଚୟନ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଥିଲା। ଛାତ୍ରଛାତ୍ରୀଙ୍କୁ ଭଲ ନିଯୁକ୍ତି ମିଳିବ କି ନାହିଁ ସେନେଇ ବି ଆଶଙ୍କା ଥିଲା। ତେବେ ଆଇଆଇଟି ଭୁବନେଶ୍ବର ଛାତ୍ରଛାତ୍ରୀଙ୍କୁ ପ୍ରି-ପ୍ଲେସ୍ମେଣ୍ଟ୍ଅଫର ଯେଉଁଭଳି ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ଛାତ୍ରଛାତ୍ରୀଙ୍କ ଫଳାଫଳକୁ ଦୃଷ୍ଟିରେ ରଖି ମାଇକ୍ରୋସଫ୍ଟ, ଡି-, ଗୋଲ୍ଡମାନ୍ସାଚ୍, ଜିଇପି ସଲ୍ୟୁସନ୍ ଆଦି କମ୍ପାନୀରୁ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଅଫର ମିଳିଛି। ବାର୍ଷିକ ୪୩ ଲକ୍ଷ ଟଙ୍କାରେ ଜଣେ ଛାତ୍ରଙ୍କୁ ନିଯୁକ୍ତି ଅଫର ଆସିଛି। ଏଥିସହ ୧୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୫ ଲକ୍ଷରୁ ଅଧିକ ଟଙ୍କାରେ ନିଯୁକ୍ତି ପାଇଁ ଅଫର ଆସିଥିବା ଭୁବନେଶ୍ୱର ଆଇଆଇଟି ପକ୍ଷରୁ ସୂଚନା ଦିଆଯାଇଛି।ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଆର୍ଭି ରାଜା କୁମାରଙ୍କ ସୂଚନା ମୁତାବକ, ଜଣେ ଛାତ୍ର ବାର୍ଷିକ ସର୍ବୋଚ୍ଚ ୪୩ ଲକ୍ଷ ଟଙ୍କାରେ ନିଯୁକ୍ତି ପାଇଛନ୍ତି। ଯାହାକି ଦେଶର କେତେକ ପୁରାତନ ଆଇଆଇଟି ମଧ୍ୟରେ ଦେଖିବାକୁ ମିଳିନାହିଁ। ଏହି ଛାତ୍ରଙ୍କ ବ୍ୟତୀତ ଆଉ କେତେଜଣ ମଧ୍ୟ ଦେଶ ବିଦେଶର ପ୍ରମୁଖ କମ୍ପାନିଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ଆଇଆଇଟି ଭୁବନେଶ୍ବରର ପାଠ୍ୟକ୍ରମର ଗୁଣାତ୍ମକ ମାନ ଯୋଗୁଁ ହିଁ ଏହା ସମ୍ଭବପର ହୋଇଛି। ଆସନ୍ତା ନିଯୁକ୍ତି ପାଇଁ ଶେଷ ବର୍ଷ ଛାତ୍ରଛାତ୍ରୀ ଉତ୍ସାହର ସହ ଅପେକ୍ଷା କରିଥିବା େଳେ ତାହା ୨୦୨୦ ମସିହା ଅକ୍ଟୋବର ୩୧ରୁ ଅନଲାଇନ୍ମୋଡ୍ରେ ଆରମ୍ଭ ହେବ। କ୍ୟାମ୍ପସ ଚୟନରେ ବିଭିନ୍ନ କମ୍ପାନିର ଏହି ଭର୍ଚୁଆଲ ନିଯୁକ୍ତି ପ୍ରକ୍ରିୟା ନୂଆ ଧାରା ସୃଷ୍ଟି କରିଛି ବୋଲି ଆଇଆଇଟି ଭୁବନେଶ୍ବରର କ୍ୟାରିୟର ଡେଭଲପମେଣ୍ଟ୍ସେଲ୍‌ ‌ପ୍ରଫେସର ଇନ୍ଚାର୍ଜ କେ ପ୍ରଧାନ କହିଛନ୍ତି। ଅନ୍ୟପକ୍ଷରେ ଆଇଆଇଟିରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଛି। ପୁରାତନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅଗଷ୍ଟ ୧୭ରୁ ଆରମ୍ଭ ହୋଇଥିବା ବେଳେ ନୂତନ ଭାବେ ନାମ ଲେଖାଇଥିବା ଏମ.ଟେକ, ଏମ.ଏସସି, ପିଏଚଡି ଛାତ୍ରଛାତ୍ରୀଙ୍କ ପାଠପଢ଼ା ୨୭ ତାରିଖରୁ ଆରମ୍ଭ ହୋଇଛି। କୋଭିଡ୍‌-୧୯ ଦୃଷ୍ଟିରୁ ଛାତ୍ରଛାତ୍ରୀ ଘରେ ରହି କ୍ଲାସ କରୁଛନ୍ତି। ବର୍ତ୍ତମାନ ସେମିଷ୍ଟର ପାଠପଢ଼ା ନିର୍ଦ୍ଧାରିତ ସମୟ ମଧ୍ୟରେ ଆରମ୍ଭ ହୋଇଛି। କରୋନା ସଂକ୍ରମଣ ଯୋଗୁଁ ମାତ୍ର ସପ୍ତାହ ବିଳମ୍ବ ହୋଇଛି। ପରିସ୍ଥିତିରେ ସୁଧାର ଆସିବା ସହ ଅନୁମତି ମିଳିଲେ ସ୍ୱତନ୍ତ୍ର ଏସ୍ଓପି ଜାରି କରାଯାଇ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସକୁ ଆଣିବା ଦିଗରେ ପଦକ୍ଷେପ ନିଆଯିବ।

30/08/2020

Leave a Reply

Your email address will not be published. Required fields are marked *

Comments