Bikash Khabar
ଆବଶ୍ୟକ ପଡିଲେ ଜଗତସିଂହପୁର ଜିଲ୍ଲା ଷଣ୍ଢକୁଦରେ ୫ ହଜାର ସ୍ଥାନାନ୍ତର ହେବେ

ବଙ୍ଗୋପସାଗରରେ ସୃଷ୍ଟ ଭୟଙ୍କର ସାମୁଦ୍ରିକ ଝଡ଼ ଅମ୍ଫାନ୍ବାତ୍ୟାପ୍ରବଣ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ଆତଙ୍କିତ କରିଛି। ସମ୍ଭାବ୍ୟ ବାତ୍ୟାର ଭୟରେ କରେନା ଭୟ ଯେମିତି ନିଷ୍ପ୍ରଭ ହୋଇ ଯାଇଛି। ସବୁଠି ବାତ୍ୟାକୁ ନେଇ ଚର୍ଚ୍ଚା। ପ୍ରଶାସନ ରାତି ଉଜାଗର ହୋଇ ବାତ୍ୟା ମୁକାବିଲାର ପ୍ରସ୍ତୁତି ଚଳାଇଛି। ଏହି ବାତ୍ୟା ଜିଲ୍ଲା ପାଇଁ ପ୍ରଭୂତ କ୍ଷତି ସାଧନ କରିବ ବୋଲି ପୂର୍ବାନୁମାନ କରାଯାଇଥିବାରୁ ପ୍ରଶାସନ ଜିରୋକାଜୁଆଲ୍ଟି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଷଣ୍ଢକୁଦର ୫୦୦୦ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମସ୍ତ ବିଡ଼ିଓଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଜିଲ୍ଲା ମୁଖ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି। ନବନିଯୁକ୍ତ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ନିବେଦିତା ମିଶ୍ରଙ୍କ ତତ୍ବାବଧାନରେ ଏହି କେନ୍ଦ୍ର କାମ ଆରମ୍ଭ କରିଛି। ସଂଧ୍ୟା ସୁଦ୍ଧା ପାରାଦୀପରେ ୩୦ ଜଣିଆ ଓଡ୍ରାଫ୍ ୨୧ ଜଣିଆ ଏନ୍ଡିଆର୍ଏଫ୍ ଟିମ୍ ମଧ୍ୟ ପହଞ୍ଚିଛନ୍ତି। ଜିଲ୍ଲାରେ ୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୫୬୨ଟି ଅଙ୍ଗନବାଡ଼ି ସ୍କୁଲ୍ ଘରକୁ ପ୍ରସ୍ତୁତ କରି ରଖାଯାଇଛି। କରୋନା ପାଇଁ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ। ସେହି ଘରଗୁଡ଼ିକୁ ସାନିଟାଇଜ୍କରାଯାଉଛି। ସଂଗରୋଧରେ କମ୍ଲୋକ ଥିବାରୁ ଅଧିକାଂଶଙ୍କ ସ୍ବାବ୍ପରୀକ୍ଷା ରିପୋର୍ଟ ନେଗେଟିଭ୍ଥିବାରୁ ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ସଂଗରୋଧ ରହିବାକୁ ପରାମର୍ଶ ଦିଆଯିବ। ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ କର୍ମଚାରୀଙ୍କ ଛୁଟିକୁ ଜିଲ୍ଲାପାଳ ବାତିଲ୍ କରି ଦେଇଛନ୍ତି।

18/05/2020

Leave a Reply

Your email address will not be published. Required fields are marked *

Comments