Bikash Khabar
ଟ୍ରାଫିକ ନିୟମ ଭାଙ୍ଗିଲେ ପୋଲିସ କରିପାରିବ ଡ୍ରାଇଭିଂ ଲାଇସେନ୍ସ ବାତିଲ,ମିଳିଲା ଅଧିକାର

ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲ୍ ଜବତ କରାଯିବା ସହିତ ବାତିଲ ବି କରି ଦିଆଯିବ। ସବୁ ଥାନାର ପୁଲିସ ଦିଗରେ କଡା ପଦକ୍ଷେପ ନେବେ। ଆଜି ଏଭଳି ଚିଠି ଲେଖିଛି ରାଜ୍ୟ ପୁଲିସର କ୍ରାଇମବ୍ରାଞ୍ଚ। ପରିବହନ ବିଭାଗ ପୁଲିସ ଡିଜିଙ୍କୁ ˚କ୍ରାନ୍ତ ଚିଠି ଲେଖିବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଟ୍ରାଫିକ ନିୟମ ଭାଙ୍ଗୁଥିବା ସମସ୍ତ ଗାଡ଼ି ଚାଳକଙ୍କ ଡିଏଲ୍ଜବତ କରିବା ସହିତ ତାହାକୁ ବାତିଲ ପାଇଁ ସ୍ଥାନୀୟ ଆରଟିଓକୁ ତୁରନ୍ତ ପଠାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ସୂଚନା ଅନୁଯାୟୀ, ଟ୍ରାଫିକ୍ନିୟମ ଉଲ୍ଲଂଘନକାରୀଙ୍କ ଡିଏଲ୍ଜବତ ସହିତ ଆରଟିଓକୁ ଡିଏଲ ବାତିଲ୍ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ପରିବହନ ବିଭାଗ ପୁଲିସ ଡିଜିଙ୍କୁ ଗଲା ୧୯ ତାରିଖରେ ଚିଠି ଲେଖିଥିଲା। ସେହି ଆଧାରରେ କ୍ରାଇମବ୍ରାଞ୍ଚ ରାଜ୍ୟର ସମସ୍ତ ଏସ୍ପି ଏବ˚ ଡିସିପିଙ୍କୁ ଡିଏଲ୍ଜବତ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାଲବାହୀ ଗାଡ଼ିରେ ଓଭରଲୋଡି˚ ଯାତ୍ରୀ ପରିବହନ, ନିଶା ସେବନ କରି ଗାଡ଼ି ଚାଳନା, ଗାଡ଼ି ଚଳାଇଲା ବେଳେ ମୋବାଇଲ ଫୋନ୍ବ୍ୟବହାର, ବିନା ହେଲମେଟରେ ଦୁଇ ଚକିଆ ଯାନ ଚଳାଇବା ସହିତ ଟ୍ରାଫିକରେ ଲାଲ ସିଗ୍ନାଲ ଥିବା ବେଳେ ଜେବ୍ରା କ୍ରସି˚ ଡେଇଁବା ଭଳି ଘଟଣାରେ ପୁଲିସ ଡିଏଲ୍ଜବତ କରିବ। ଜବତ ହୋଇଥିବା ଡିଏଲ୍ସ୍ଥାନୀୟ ଆରଟିଓକୁ ଜବତର ଦିନ ମଧ୍ୟରେ ପଠାଇବ। କ୍ରାଇମବ୍ରାଞ୍ଚ ଆଇଜିଙ୍କ ପକ୍ଷରୁ ଗଲା ଅକ୍ଟୋବର ୨୦ ତାରିଖରେ ମୋଟରଯାନ ଆଇନ ଉଲ୍ଲଂଘନକାରୀଙ୍କ ଡିଏଲ ଜବତ ˚କ୍ରାନ୍ତରେ ଆଲୋଚନା ହୋଇଥିଲା।

29/11/2020

Leave a Reply

Your email address will not be published. Required fields are marked *

Comments