Bikash Khabar
୪ ଦିନରେ ୨୬%ରୁ ବଢ଼ି ୪୪%ରେ ପହଞ୍ଚିଲା ସ୍ଥାନୀୟ ସଂକ୍ରମଣ

 ରାଜଧାନୀରେ ସାଂଘାତିକ ପରିସ୍ଥିତିରେ ପହଞ୍ଚିଲାଣି ସ୍ଥାନୀୟ ସଂକ୍ରମଣ। ଗତ ଦିନର ସ୍ଥାନୀୟ ସଂକ୍ରମଣକୁ ଅନୁଧ୍ୟାନ କଲେ ଏଭଳି ପରିସ୍ଥିତି ଜଳ ଜଳ ହୋଇ ଦେଖାଗଲାଣି। ୨୭ତାରିଖରେ ରାଜଧାନୀରେ ଯେତିକି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ତାହାର ୨୬ ପ୍ରତିଶତ ଥିଲେ ସ୍ଥାନୀୟ ସଂକ୍ରମିତ। ମାତ୍ର ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମିତଙ୍କ ହାର ରହିଛି ୪୪ ପ୍ରତିଶତ। ଦୁଇ ଦିନରେ ୧୮ ପ୍ରତିଶତ ବୃଦ୍ଧି ହୋଇଛି। ପ୍ରତ୍ୟେକ ଦିନ ପୁଳା ପୁଳା ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଲୋକମାନଙ୍କ ଭିତରେ ଆତଙ୍କ ଖେଳାଇ ଦେଲାଣି। ଗତ ୨୬ତାରିଖରେ ସ୍ଥାନୀୟ ସଂକ୍ରମଣ ୩୬ ପ୍ରତିଶତ ଥିବା ବେଳେ ୨୭ତାରିଖରେ ୨୬ ପ୍ରତିଶତ, ୨୮ ତାରିଖରେ ୩୦ ପ୍ରତିଶତ, ୨୯ ତାରିଖରେ ୨୮ ପ୍ରତିଶତ ୩୦ ତାରିଖରେ ୪୪ ପ୍ରତିଶତରେ ପହଞ୍ଚି ଯାଇଛି। କୋଭିଡ୍ନିୟନ୍ତ୍ରଣ ନେଇ ବିଏମ୍ସି ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଥିଲେ ହେଁ, ଏହା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରି ନାହିଁ। ବିଶେଷକରି ଚଳିତ ମାସରେ ରୋଗୀଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୧୦୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୫୯ଜଣ ସଙ୍ଗରୋଧରୁ ୪୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଫଳରେ ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୭ରେ ପହଞ୍ଚିଛି।

 

 

31/07/2020

Leave a Reply

Your email address will not be published. Required fields are marked *

Comments