Bikash Khabar
ଭୁବନେଶ୍ୱରରେ ଦିନକୁ ହେଉଛି ୧୭୦୦ ପରୀକ୍ଷା,ଦୈନିକ ବାହାରୁଛନ୍ତି ଶତାଧିକ ସଂକ୍ରମିତ

ଜୁଲାଇ ୩୧ ତାରିଖ ସୁଦ୍ଧା ଦିନକୁ ୧୪୦୦ ପରୀକ୍ଷା କରିବାକୁ ଟାର୍ଗେଟ୍ ରଖିଥିଲା ବିଏମ୍ସି। କିନ୍ତୁ ଏବେ ଦିନକୁ ଏହାଠାରୁ ଅଧିକ ପରୀକ୍ଷା କରାଯାଉଛି। କରୋନା ପାଇଁ ଭୁବନେଶ୍ବରର ପର୍ଯ୍ୟବେକ୍ଷକ ଥିବା ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ଏବେ ଭୁବନେଶ୍ବରରେ ଦିନକୁ ୧୭୦୦ ପରୀକ୍ଷା ହେଉଛି। ଅଧିକ ପରୀକ୍ଷା ହେଉଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ସ୍ବାଭାବିକ। ଆଗାମୀ ଦିନରେ ଭୁବନେଶ୍ବରରେ ଅଧିକ ପରୀକ୍ଷା ହେବ। ଯେଉଁଠି ଆକ୍ରାନ୍ତ ଚିହ୍ନଟ ହେବେ ସେଠାରେ ଆକ୍ଟିଭ୍ ସର୍ଭେଲାନ୍ସକୁ ଅଧିକ ଗୁରୁତ୍ବ ଦିଆଯିବ।ସୂଚନା ଯୋଗ୍ୟ ଯେ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୨୮୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରୁ ୫୭୧ ଜଣ ବସ୍ତିରୁ ବାହାରିଛନ୍ତି। ବସ୍ତି ବାହାରୁ ତଥା ରାଜଧାନୀର ବିଭିନ୍ନ ସ୍ଥାନରୁ ୨୨୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ୧୨୭୬ଜଣ ଚିକିତ୍ସାଧୀନ ଥିବାବେଳେ ୧୭ଜଣଙ୍କର ମୃତ୍ୟୁ ହୋଇଛି। ରାଜଧାନୀରେ କେବଳ ଜୁଲାଇ ମାସରେ ୨୫୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ୧୨୬ ଆକ୍ରାନ୍ତଙ୍କ ମଧ୍ୟରେ ୭୭ ସଙ୍ଗରୋଧରୁ ୪୯ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ସଙ୍ଗରୋଧରୁ ତପୋବନ ବସ୍ତିରୁ , ତାରିଣୀ ବସ୍ତିରୁ ୧୦, ବାୟାବାବା ବସ୍ତିରୁ , ବଡ଼ଗଡ଼ କଳିଙ୍ଗ ବସ୍ତିରୁ ଜଣେ ଚିହ୍ନଟ ହୋଇଛନ୍ତି। ଏହାସହ ଏକ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ, ୮ଜଣ ପୁଲିସ କର୍ମଚାରୀ ରାଜଧାନୀର ଅନ୍ୟାନ୍ୟ ଅଞ୍ଚଳରୁ ସଙ୍ଗରୋଧରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ୧୦ଜଣ ମହିଳାଙ୍କୁ ବାଦ୍ ଦେଲେ ଅନ୍ୟ ୩୯ଜଣ ପୁରୁଷ ରହିଛନ୍ତି। ଏଥିରେ ଗଣମାଧ୍ୟମ ସଂସ୍ଥାର ୨ଜଣ କର୍ମଚାରୀଙ୍କ ସମେତ ଘରୋଇ ହସ୍ପିଟାଲର ଏକାଧିକ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜଧାନୀର ପ୍ରତ୍ୟେକ ଦିନ ଘରୋଇ ହସ୍ପିଟାଲରୁ ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗ ବିଏମ୍ସି ପକ୍ଷରୁ ହସ୍ପିଟାଲ ଗୁଡ଼ିକରେ କିଭଳି ସଂକ୍ରମଣ ହ୍ରାସ କରାଯିବ ଏନେଇ ଏସ୍ଓପି ଜାରି କରାଯାଇଥିବା ସତ୍ବେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କମୁନାହିଁ।

02/08/2020

Leave a Reply

Your email address will not be published. Required fields are marked *

Comments