Bikash Khabar
ସୁନ୍ଦରଗଡ଼ ଜିଲ୍ଲାର ୫ ,ରାଜ୍ୟର ୨୨ କୃଷି କର୍ମଚାରୀଙ୍କୁ ମିଳିଲା ପ୍ରଶଂସାପତ୍ର

କୃଷି କୃଷକ ସଶକ୍ତିକରଣ ବିଭାଗର ଦକ୍ଷତାକାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ଜଣ କ୍ଷେତ୍ର କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାର ୨୨ ଜଣ ଏଭଳି ଦକ୍ଷ କର୍ମଚାରୀମାନଙ୍କୁ ପ୍ରଶଂସା କରିଛନ୍ତି। ସେପ୍ଟେମ୍ବର ଏବଂ ଅକ୍ଟୋବର ମାସ ପାଇଁ ଜିଲ୍ଲାର ଜଣ କୃଷି ଅଧିକାରୀ କର୍ମଚାରୀଙ୍କୁ ପ୍ରଶଂସାପତ୍ର ମିଳିଛି। ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ସହ ଚାଷୀମାନଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରୋତ୍ସାହନ ଦେବା ଲାଗି ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସେପ୍ଟେମ୍ବର ମାସ ପାଇଁ କୁତ୍ରା ବ୍ଲକର କୃଷି ଅଧିଦର୍ଶକ ଦୁର୍ଯ୍ୟୋଧନ ପ୍ରଧାନ, ଟାଙ୍ଗରପାଲି ବ୍ଲକର ସହକାରୀ କୃଷି ଅଧିକାରୀ ଅଶୋକ କୁମାର ନାଏକ ସମ୍ମାନିତ ହୋଇଛନ୍ତି। ସେହିପରି ଅକ୍ଟୋବର ମାସ ପାଇଁ ନୂଆଗାଁ ବ୍ଲକର କୃଷି ଅଧିଦର୍ଶକ ନୟନା ଦେଈ, ଟାଙ୍ଗରପାଲି ବ୍ଲକର ଭିଏଡବ୍ଲ୍ୟୁ ନନ୍ଦିତା ପଟେଲ ଏବଂ ଅନୁରାଗ ସାହୁଙ୍କୁ ସମ୍ମାନିତ କରାଯାଇଛି। କୃଷି ବିଭାଗର ଏହି କର୍ମଚାରୀମାନଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ଦାଶ ପ୍ରଶଂସାପତ୍ର ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଛନ୍ତି।ଏଭଳି ପୁରସ୍କାର ଅନ୍ୟ ଅଧିକାରୀମାନଙ୍କୁ କାମ କରିବା ଦିଗରେ ସଫଳ ପ୍ରେରଣା ଦେଇପାରୁଛି ବୋଲି କୁହାଯାଉଛି

15/11/2020

Leave a Reply

Your email address will not be published. Required fields are marked *

Comments