Bikash Khabar
ବିହାର ନିର୍ବାଚନ,ପ୍ରଥମକରି ଜଣେ କିନ୍ନର ଙ୍କୁ ମିଳିଲା ପ୍ରିଜାଇଡିଂ ଅଫିସର ଦାୟିତ୍ୱ

 ଅକ୍ଟୋବର ୨୮ରୁ ଆରମ୍ଭ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ। ନେଇ ମତଦାନ ଫଳାଫଳର ତାରିଖ ଘୋଷଣା କରାଯାଇସାରିଥିବା ବେଳେ ଏବେ ନିର୍ବାଚନ କମିଶନ ପ୍ରଥମ କରି ଏକ ଭିନ୍ନ ନିଷ୍ପତ୍ତି ନେଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ମହିଳା କିନ୍ନର ମୋନିକା ଦାସଙ୍କୁ ନିର୍ବାଚନରେ ପ୍ରିଜାଇଡିଂ ଅଫିସରର ଦାୟିତ୍ବ ଦିଆଯାଇଛି। ଭାରତରେ ଏହା ପ୍ରଥମ ଥର ଘଟିବାକୁ ଯାଉଛି। ପାଟନା ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ କରି ସ୍ୱର୍ଣ୍ଣ ପଦକ ପାଇଥିବା ମୋନିକା ଦାସ  ୨୦୧୫ରୁ ଏକ ଜାତୀୟକରଣ ବ୍ୟାଙ୍କରେ କାର୍ଯ୍ୟ କରିଆସୁଛନ୍ତି।ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ଏଚଆର ଶ୍ରୀନିବାସ କହିଛନ୍ତି ଯେ, ମୋନିକା ଦାସଙ୍କୁ ପାଟନାରେ ଥିବା ଅନ୍ୟ ମତଦାନ ଅଧିକାରୀଙ୍କ ସହ ନିର୍ବାଚନ ଦାୟିତ୍ବ ସହ ଜଡ଼ିତ ସମସ୍ତ ତାଲିମ ଦିଆଯିବ। ବିହାରରେ ନିର୍ବାଚନ ତାଲିକା ଅନୁଯାୟୀ, ପାଖାପାଖି ୨୩୪୪ଜଣ କିନ୍ନର ଆଗାମୀ ବିଧାନସଭା ନିର୍ବାଚନରେ ​​ଭୋଟ୍ ଦେବାକୁ ଯୋଗ୍ୟ ଅଟନ୍ତି। ଦେଶର ପ୍ରଥମ କିନ୍ନର ପୋଲ ପ୍ରିଜାଇଡିଂ ଅଫିସର ଭାବରେ ମୋନିକା ଦାସଙ୍କ ନିଯୁକ୍ତିକୁ ନେଇ ଖୁସି ବ୍ୟକ୍ତ କରି ନୂଆଦିଲ୍ଲୀରେ ଥିବା ନ୍ୟାସନାଲ କାଉନସିଲ ଅଫ୍ ଟ୍ରାନ୍ସଜେଣ୍ଡର ପର୍ସନ୍ସ ସଦସ୍ୟ ରେଶମା ପ୍ରସାଦ କହିଛନ୍ତି ଯେ, ଏହା ସମଗ୍ର କିନ୍ନର ସମ୍ପ୍ରଦାୟ ପାଇଁ ଗର୍ବର ବିଷୟ। ବିହାରରେ ପ୍ରାୟ ୪୦୦୦୦ କିନ୍ନର ଥିବା କୁହାଯାଉଛି।

05/10/2020

Leave a Reply

Your email address will not be published. Required fields are marked *

Comments