Bikash Khabar
ବ୍ରହ୍ମପୁର ସହର ରେ ଆଉ ଗଡ଼ୁନାହିଁ ଭଡା ସାଇକେଲ

ବ୍ରହ୍ମପୁର ସହରରେ ପୂର୍ବରୁ ୬୦ରୁ ଅଧିକା ଭଡ଼ା ସାଇକେଲ ଦୋକାନ ରହିଥିଲା। ସହରର ପ୍ରମୁଖ ସ୍ଥାନ ଗେଟ୍ବଜାର, ଫାଷ୍ଟଗେଟ୍, ହରଡ଼ାଖଣ୍ଡିଛକ, ବିଜିପୁର, ୋସାଇଁନୂଆଗାଁ, କମାପଲ୍ଲୀ, ମେଡ଼ିକାଲ ଛକ,ପୁରୁଣା ବସଷ୍ଟାଣ୍ଡ  ରେଳଷ୍ଟେସନଠାରେ ଏହି ସାଇକେଲ ଭଡା ମରାମତି ଦୋକାନ ଖୋଲିଥିଲା। ବସ୍  କିମ୍ବା ଟ୍ରେନରେଆସୁଥିବା ଯାତ୍ରୀ ମାନେ  ସେଠାରୁ ସାଇକେଲ୍ନେଇ କାମକୁ ଯାଉଥିଲେ। କିଏ ନିଜର ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ ଆଉ କିଏ ସାହିକୁ ସାହି ବୁଲି ବ୍ୟବସାୟ କରୁଥିଲେ। କେହି କେହି ଗାଁକୁ ରାତିରେ ସାଇକେଲ ନେଇ ଯାଉଥିଲେ, ପୁଣି ସକାଳୁ ଫେରାଇ ସହରରେ ରିକ୍ସା ଟାଣୁଥିଲେ। ବ୍ୟବସାୟକୁ ଦେଖି ବେପାରୀମାନ ସାଇକେଲକୁ ମରାମତି କରି ଚକାଚକ୍ ରଖୁଥିବା ବେଳେ ନୂଆ ସାଇକେଲକୁ ମଧ୍ୟ ସାମିଲ କରୁଥିଲେ। ପ୍ରତି ଦୋକାନୀ ନିଜ ସାଇକେଲ ପଛରେ ନମ୍ବର କିମ୍ବା କୋଡ୍ ଲେଖୁଥିଲେ। ସାଇକେଲ୍ଫେରାଇବା ସମୟରେ ଲୋକ ଘଣ୍ଟା ହିସାବରେ ଟଙ୍କା ପୈଠ କରୁଥିଲେ। ବିଶ୍ବାସରେ ଚାଲୁଥିଲା ଏହି ବ୍ୟବସାୟ।ଚିହ୍ନା ଅଚିହ୍ନା ଲୋକଙ୍କୁ ମଧ୍ୟ ଦୋକାନୀ ସାଇକେଲ୍ଭଡ଼ାରେ ଦେଉଥିଲେ। ଏହି ବ୍ୟବସାୟ ଉପରେ ନିର୍ଭର କରି ବେପାରୀ ଗୁଜୁରାଣ ମେଣ୍ଟାଉଥିଲେ। ବାଇକ୍ କାର୍ ଆସିଯିବା ଫଳରେ ଲୋକଙ୍କ ଭଡ଼ା ସାଇକେଲ୍ପ୍ରତି ଆଗ୍ରହ କମିଛି। ଦିନଥିଲା ସାଇକେଲ୍ନେବା ପାଇଁ ଲୋକେ ଜଗି ରହୁଥିଲେ, କିନ୍ତୁଦିନ ବଦଳିଗଲା ସାଇକେଲ୍ ସେମିତି ପଡ଼ି ରହିଛି, ଲୋକେ ଆଉ ଆସୁନାହାନ୍ତି। ଯାହା ଫଳରେ ଭଡ଼ା ସାଇକେଲ୍ଦୋକାନ ସଂଖ୍ୟା କମି ସହରରେ ଏବେ ୧୦ରୁ ୧୫ଟି ରହିଥିବା ବ୍ୟବସାୟୀମାନେ କହିଛନ୍ତି।

21/11/2020

Leave a Reply

Your email address will not be published. Required fields are marked *

Comments