Bikash Khabar
ଆୟ ପ୍ରମାଣ ପତ୍ରର ବୈଧତା ବର୍ଷେ ବଦଳରେ ତିନି ବର୍ଷ ହେବ

ଆୟ ପ୍ରମାଣ ପତ୍ର ଓ ଆବାସିକ ପ୍ରମାଣପତ୍ର ପ୍ରଦାନରେ ସଂଶୋଧନ କରାଯାଇଛି । ଏଣିକି ଆୟ ପ୍ରମାଣ ପତ୍ର ପ୍ରତିବର୍ଷ ଯୋଗାଡ଼ କରିବାକୁ ପଡ଼ିବନି । ବର୍ଷେ ବଦଳରେ ଏଣିକି ୩ ବର୍ଷ ଯାଏଁ ଆୟ ପ୍ରମାଣପତ୍ରର ବୈଧତା ରହିବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ସେହିପରି ଯେଉଁ ଛାତ୍ରଛାତ୍ରୀମାନଙ୍କ ପାଖରେ ବୋର୍ଡ଼ କର୍ତ୍ତୃପକ୍ଷଙ୍କ ପ୍ରଦତ୍ତ ହାଇସ୍କୁଲ ସାର୍ଟିଫିକେଟ କିମ୍ବା ତତୁଲ୍ୟ ସାର୍ଟିଫିକେଟ ରହିଛି ସେମାନଙ୍କୁ ଆବାସିକ ପ୍ରମାଣ ପତ୍ରର ଆବଶ୍ୟକତା ପଡ଼ିବ ନାହିଁ । ହାଇସ୍କୁଲ ସାର୍ଟିଫିକେଟରେ ପ୍ରଦତ୍ତ ସ୍ଥାନୀୟ ଠିକଣା ହିଁ ସେମାନଙ୍କର ଆବାସିକ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବ । ଯେଉଁମାନଙ୍କ ପାଖରେ ମାଟ୍ରିକ ପ୍ରମାଣପତ୍ର ନାହିଁ ସେମାନଙ୍କୁ ଆବାସିକ ପ୍ରମାଣ ପତ୍ର ଯୋଗାଡ଼ କରିବାକୁ ହେବ । ଏବେ ଠୁ ଆବାସିକ ପ୍ରମାଣପତ୍ରର ବୈଧତା ଏକ ବର୍ଷ ପରିବର୍ତ୍ତେ ୫ ବର୍ଷ ରହିବ । ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ବହୁଳ ଭାବେ ଉପକୃତ ହେବେ । ଗତ ବର୍ଷ ରାଜ୍ୟରେ ୧୩ ଲକ୍ଷ ୨୦ ହଜାର ୭୩୩ ଜଣ ଆବାସିକ ପ୍ରମାଣ ପତ୍ର ନେଇଥିବାବେଳେ ଆୟ ପ୍ରମାଣପତ୍ର ୧୦ଲକ୍ଷ ୩୭ ହଜାର ୨୬୭ ଜଣ ଲୋକ ନେଇଥିଲେ । 
 

21/09/2018

Leave a Reply

Your email address will not be published. Required fields are marked *

Comments