Bikash Khabar
ସଂଚୟକାରୀଙ୍କ ପାଇଁ ସୁଖବର, ବଢିଲା ସ୍ୱଳ୍ପ ସଂଚୟ ଯୋଜନାରେ ସୁଧ ହାର

ପବ୍ଲିକ ପ୍ରୋଭିଡ଼େଣ୍ଟ ଫଣ୍ଡ (ପିପିଏଫ୍) ଜାତୀୟ ସଂଚୟ ପ୍ରମାଣ ପତ୍ର (ଏନଏସସି) ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ଡ଼ାକଘର ଅବଧି ଯୋଜନା(ଆରଡ଼ି) ଆଦି ସ୍ୱଳ୍ପ ସଂଚୟ ଯୋଜନାରେ ସଂଚୟକାରୀଙ୍କ ପାଇଁ ଆସିଛି ଭଲ ଖବର । କେନ୍ଦ୍ର ସରକାର ଏହାର ସୁଧହାରରେ ୪୦ ବେସିକ ପଏଣ୍ଟ ବା ୦.୪% ବୃଦ୍ଧି କରିଛନ୍ତି । ଅକ୍ଟୋବରରୁ ଡ଼ିସେମ୍ବର ମଧ୍ୟରେ ଏହି ସଂଶୋଧିତ ସୁଧ ଲାଗୁ ହେବ ।
ଏବେ ୧ବର୍ଷ, ୨ବର୍ଷ ଏବଂ ୩ ବର୍ଷ ଅବଧି ବିଶିଷ୍ଟ ଜମା ସୁଧହାରରେ ୩୦ ବେସସ୍ ପଏଣ୍ଟ ବୃଦ୍ଧି କରାଯାଇଛି । ତେବେ ୫ ବର୍ଷିଆ ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ପିପିଏଫ ଜମା ସୁଧହାରରେ ୪୦ ବେସିସ ପଏଣ୍ଟ ବୃଦ୍ଧି ହୋଇଛି । ଏହି ବୃଦ୍ଧି ପରେ ପିପିଏଫ ଏବଂ ଏନଏସସିରେ ୮ ପ୍ରତିଶତ ସୁକନ୍ୟା ସମୃଦ୍ଧିରେ ୮.୫ ପ୍ରତିଶତ, ବରିଷ୍ଠ ନାଗରିକ ସଂଚୟ ଜମା ଉପରେ ୮.୭ ପ୍ରତିଶତ ସୁଧହାର ଉପଲବ୍ଧ ହେବ । 
 

21/09/2018

Leave a Reply

Your email address will not be published. Required fields are marked *

Comments