Bikash Khabar
ସେନା ପାଇଁ ସମର୍ପିତ ପରିବାର, ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସୁରକ୍ଷିତ ମୁକ୍ତି ମନାସିଲେ ଦେଶବାସୀ

ପାକିସ୍ଥାନ ହାତରେ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ଅଭିନନ୍ଦନଙ୍କ ସୁରକ୍ଷିତ ମୁକ୍ତି ପାଇଁ ଭାରତର ଯୋରଦାର ଦାବି କରିଥିବାବେଳେ ସାରା ଦେଶବାସୀ ଅଭିନନ୍ଦନଙ୍କ ସୁସ୍ଥ ଓ ସୁରକ୍ଷିତ ଫେରିଆସିବାକୁ ଅପେକ୍ଷା କରିଛନ୍ତି ।

ଅଭିନନ୍ଦନଙ୍କ ଭାଇ ଏବେ ବିମାନ ବାହିନୀରେ କାର୍ଯ୍ୟରତ । ତାଙ୍କ ପତ୍ନୀ ତନବି ମରୱାହା ସ୍ୱାଡ଼ନ ଲିଡ଼ର ଭାବେ  ଭାରତୀୟ ବାୟୁସେନା ପାଇଁ କାମ କରିଛନ୍ତି । ତାଙ୍କ ବାପା ଏୟାର ମାର୍ଶାଲ ସୀମା କୁଟ୍ଟା ବିମାନ ବାହିନୀ ପୂର୍ବ କମାଣ୍ଡର ମୁଖ୍ୟ ଭାବେ ଅବସର ଗ୍ରହଣ କରିଛନ୍ତି । ସୀମା କୁଟ୍ଟାଙ୍କର ୪୦ ପ୍ରକାର ବିମାନ ଚଳାଇବାର ଦକ୍ଷତା ଓ ୪ ହଜାର ଥର ବିମାନ ଉଡ଼ାଇବାର ଅଭିଜ୍ଞତା ରହିଛି । କାର୍ଗିଲ ଯୁଦ୍ଧ ସମୟରେ ସେ ମିରାଜ-୨୦୦୦ର ଆଧୁନିକୀକରଣ ଦାୟିତ୍ୱରେ ଥିଲେ । କାର୍ଗିଲ ଯୁଦ୍ଧ ଉପରେ ମଣିରତ୍ନମଙ୍କ ଚଳଚ୍ଚିତ୍ରର ସେ ଥିଲେ ପରାମର୍ଶଦାତା । ଏଥିରେ ପାକିସ୍ଥାନ କବଜାରେ ଥିବା ଜଣେ ଭାରତୀୟ ପାଇଲଟଙ୍କ କାହାଣୀ ଯୋଡ଼ି ହୋଇଛି । ଦୁର୍ଭାଗ୍ୟକୁ ସମାନ କାହାଣୀର ପୁନରାବୃତ୍ତି ଘଟିଛି ତାଙ୍କ ପୁଅ ଅଭିନନ୍ଦନଙ୍କ କ୍ଷେତ୍ରରେ । ସେହି ମିରାଜ ୨୦୦୦ ଅଭିଯାନ ଜନିତ ପ୍ରତିକ୍ରିୟାର ଶିକାର ହୋଇଛନ୍ତି ପୁଅ ଅଭିନନ୍ଦନ ।
ଚେନ୍ନାଇର ତାମ୍ବାରାମ ଠାରେ ଅଭିନନ୍ଦନଙ୍କ ପରିବାର ବସବାସ କରୁଛନ୍ତି । ୨୦୦୪ରେ ଅଭିନନ୍ଦନ ବିମାନ ବାହିନୀରେ ଯୋଗ ଦେଇଥିଲେ । ୩୪ ବର୍ଷିୟ ଅଭିନନ୍ଦନ ବିବାହିତ ଓ ତାଙ୍କର ଦୁଇ ସନ୍ତାନ ଅଛନ୍ତି । ବୁଧବାର ପାକିସ୍ଥାନୀ ସେନା ଅଭିନନ୍ଦନ ତାଙ୍କ କବଜାରେ ଥିବା ଫଟୋ ଜାରୀ କରିଛି । ଜେନେଭା ଚୁକ୍ତି ଅନୁଯାୟୀ ଅଭିନନ୍ଦନଙ୍କୁ ସୁରକ୍ଷା ମିଳିବ ବୋଲି ଆଶା କରୁଛି ଭାରତ ।

28/02/2019

Leave a Reply

Your email address will not be published. Required fields are marked *

Comments