Bikash Khabar
ମାଲ ପରିବହନ ରୁ ବଢିବ ରୋଜଗାର ,କର୍ଣ୍ଣାଟକରୁ ବିହାରକୁ ୧୦୦ ଟନ୍‌ ଟମାଟୋ ପରିବହନ କରିବ ଭାରତୀୟ ରେଳବାଇ

କୋଭିଡ୍‌-୧୯ ସମୟରେ ମାଲ୍ପରିବହନରୁ ରୋଜଗାର ବୃଦ୍ଧି କରିବାକୁ ଦକ୍ଷିଣ ପଶ୍ଚିମ ରେଳବାଇ କର୍ଣ୍ଣାଟକର କୋଲାରରୁ ବିହାରର ପାଟନା ନିକଟ ଦାନପୁରକୁ ୧୦୦ ଟନ୍ଟମାଟୋ ପରିବହନ କରିବ ବୋଲି ଜଣେ ରେଳବାଇ ଅଧିକାରୀ କହିଛନ୍ତି ଦକ୍ଷିଣ ପଶ୍ଚିମ ରେଳବାଇର ବେଙ୍ଗାଲୁରୁ ଡିଭିଜନ୍ମ୍ୟାନେଜର ଅଶୋକ କୁମାର ବର୍ମା କହିଛନ୍ତି, ୧୦ଟି ରେକ୍ରେ କୋଲାର ଷ୍ଟେସନ୍ରୁ ଦାନପୁର ଜଙ୍କ୍ସନ୍କୁ ପ୍ରାୟ ୧୦୦ ଟନ୍ଟମାଟୋ ପରିବହନ ହେବ। ପ୍ରତି ଓ୍ଵାଗନ୍ରେ ଟନ୍କରି ୧୦ଟି ବନ୍ଦ ଓ୍ଵାଗନ୍ରେ ଏହି ଟମାଟୋ ପରିବହନ କରାଯିବ।କୋଲାର ଏକ ପ୍ରମୁଖ ଟମାଟୋ ଉତ୍ପାଦନକାରୀ ଜିଲ୍ଲା। ଓ୍ଵାଗନ୍ରେ ବୋଝେଇ କରାଯିବାକୁ ଟମାଟୋଗୁଡ଼ିକୁ ଷ୍ଟେସନ୍ରେ ପହଞ୍ଚାଇବା ଲାଗି ରେଳବାଇ ଜୋନାଲ୍ଡିଭିଜନ୍ଏଗ୍ରିକଲ୍ଚର୍ପ୍ରଡ୍ୟୁସର୍ସ୍ମାର୍କେଟିଙ୍ଗ୍କମିଟିସହ କାମ କରୁଛି। ଦୈନିକ କୋଲାରରୁ ଦାନପୁରକୁ ୧୦ ଟନ୍କଞ୍ଚା ଟମାଟୋ ପରିବହନ କରିବାକୁ ଆମେ ୧୦ ଓ୍ଵାଗନ୍ବିଶିଷ୍ଟ ଗୋଟିଏ ରେକ୍ଚଳାଇବାକୁ ଯୋଜନା କରିଛୁ। କୋଲାରରୁ ଦାନପୁର ମଧ୍ୟରେ ଦୂରତ୍ୱ ହେଉଛି ୨୦୦୦ କିଲୋମିଟରୁ ଅଧିକ। ସେଠାରେ ପହଞ୍ଚିବାକୁ ପ୍ରାୟ ୩୬ରୁ ୪୦ ଘଣ୍ଟା ସମୟ ଲାଗିବ ବୋଲି ବର୍ମା କହିଛନ୍ତି। ଟମାଟୋ ପରିବହନରୁ ଜୋନାଲ୍ରେଳବାଇ ରେକ୍ପିଛା .୭୬ ଲକ୍ଷ ଟଙ୍କା ଉପାର୍ଜନ କରିବ ବୋଲି ଆକଳନ କରାଯାଇଛି।

07/12/2020

Leave a Reply

Your email address will not be published. Required fields are marked *

Comments