Bikash Khabar
ଅଙ୍ଗୁର ରାଜଧାନୀ ନାସିକରୁ ଚୀନ ଯିବ ଭାରତ ଅଙ୍ଗୁର

ଦେଶର ଉତ୍ପାଦିତ ମୋଟ ଅଙ୍ଗୁର ମଧ୍ୟରୁ ଅଧା ପରିମାଣର ଅଙ୍ଗୁର କେବଳ ମହାରାଷ୍ଟ୍ରର ନାସିକରୁ ଉତ୍ପାଦିତ ହୋଇଥାଏ । ସେଥିପାଇଁ ନାସିକକୁ କୁହାଯାଏ ଅଙ୍ଗୁରର ରାଜଧାନୀ । ନାସିକ ଅଙ୍ଗୁରର ବିକ୍ରୀବଟ୍ଟାରେ ସୁଧାର ଆଣିବା ପାଇଁ ନିକଟରେ ବାଣିଜ୍ୟ ମନ୍ତ୍ରାଳୟ ଅଧିନରେ ଥିବା କୃଷିଜାତ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନୀ ବିକାଶ କର୍ତ୍ତୃପକ୍ଷ ମୁମ୍ବାଇଠାରେ ଏକ କ୍ରେତା ବିକ୍ରେତା ସମ୍ମିଳନୀର ଆୟୋଜନ କରିଥିଲେ । ଏଥିରେ ୧୦୦ରୁ ଅଧିକ ଅଙ୍ଗୁର ରପ୍ତାନୀକାରୀ ଏବଂ ଚୀନର ପ୍ରାୟ ୨୩ ଜଣ ଆମଦାନୀକାରୀ ଯୋଗ ଦେଇଥିଲେ । ଚୀନ ପ୍ରତିନିଧିଙ୍କୁ ନାସିକ ବୁଲାଇ ନିଆଯାଇଛି ।

ବେଜିଂସ୍ଥିତ ଭାରତର ଦୂତାବାସ ସହିତ ଗୁଆଙ୍ଗଝୁ ଏବଂ ସାଂଘାଇଠାରେ ଥିବା ବାଣିଜ୍ୟିକ ଦୂତାବାସ ପକ୍ଷରୁ ଚୀନରେ ଭାରତୀୟ ଅଙ୍ଗୁରର ବିକ୍ରୀକୁ ପ୍ରୋତ୍ସାହନ ଦେବା ପାଇଁ ଏହି ପ୍ରକାର ଉଦ୍ୟମ ବହୁବାର କରାଯାଇ ସଫଳତା ମିଳିଛି । ଚୀନରେ ଭାରତୀୟ ଅଙ୍ଗୁରର ଚାହିଦା ଅଧିକ । ଭାରତ ଚୀନ ବଜାରକୁ ୨୦୧୬ରେ ୩.୫ ନିୟୁତ ଡ଼ଲାର ମୂଲ୍ୟର ଅଙ୍ଗୁର ରପ୍ତାନୀ କରିଥିବାବେଳେ ୨୦୧୭ରେ ଏହା ୬.୭ ନିୟୁତ ଡ଼ଲାରକୁ ବୃଦ୍ଧି ପାଇଛି । ଚୀନ ବର୍ଷକୁ ୬୩୦ ନିୟୁତ ଡ଼ଲାରର ଅଙ୍ଗୁର ରପ୍ତାନୀ କରିଥାଏ । ଭାରତ ଏହି ଆବଶ୍ୟକତାର ମାତ୍ର ୧ ପ୍ରତିଶତ ପୂରଣ କରିଥାଏ । 
 

28/11/2018

Leave a Reply

Your email address will not be published. Required fields are marked *

Comments