Bikash Khabar
ବିଦେଶରୁ ଟଙ୍କା ପଠାଇବାରେ ଭାରତୀୟମାନେ ସବୁଠୁ ଆଗରେ

ବିଶ୍ୱର ବିଭିନ୍ନ ଦେଶରେ ଭାରତୀୟମାନଙ୍କୁ ଦେଖିବାକୁ ମିଳିଥାଏ । କାନାଡ଼ା, ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଠାରୁ ଦୁବାଇ ସିଙ୍ଗାପୁର ଯାଏ ବିଶ୍ୱର ଅନେକ ବଡ଼ ବଡ଼ ସହରରେ ଭାରତୀୟମାନଙ୍କ ଉପସ୍ଥିତି  ଦେଖାଯାଏ । କେବଳ ଭାରତୀୟମାନଙ୍କ ଉପସ୍ଥିତି ନୁହେଁ ବିଦେଶରେ କାର୍ଯ୍ୟରତ ଭାରତୀୟମାନେ ଦେଶକୁ ଟଙ୍କା ପଠାଇବାରେ ବିଶ୍ୱରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । 

ବିଶ୍ୱବ୍ୟାଙ୍କ ପକ୍ଷରୁ ଶନିବାର ପ୍ରକାଶିତ ଏକ ରିପୋର୍ଟରେ ଉପରୋକ୍ତ ତଥ୍ୟକୁ ସତ୍ୟ ବୋଲି ସ୍ୱିକାର କରାଯାଇଛି । ରିପୋର୍ଟ ଅନୁସାରେ ଭାରତୀୟମାନେ ପ୍ରାୟ ୮ ହଜାର କୋଟି ଡ଼ଲାର ସ୍ୱଦେଶକୁ ପଠାଇଛନ୍ତି । ଭାରତ ପଛକୁ ରହିଛି ଚାଇନା । ଚାଇନିଜମାନେ ବିଦେଶରୁ ନିଜ ଦେଶକୁ ୬୭୦୦ କୋଟି ଡ଼ଲାର ନିଜ ଦେଶକୁ ପଠାଇଛନ୍ତି । ଭାରତ ଓ ଚାଇନା ପରେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ଫିଲିପାଇନ୍ସ ଓ ଇଜିପ୍ଟ ବାସିନ୍ଦା । ସେମାନେ ଯଥାକ୍ରମେ ୩୪୦୦ କୋଟି ଓ ୨୬୦୦ କୋଟି ଡ଼ଲାର ନିଜ ଦେଶମାନଙ୍କୁ ପଠାଇବାରେ ସକ୍ଷମ ହୋଇଛନ୍ତି । ଭାରତରୁ ବିଦେଶକୁ ଡ଼ାକ୍ତର, ଇଞ୍ଜିନିୟର, ଚାଟାର୍ଡ଼ଏକାଉଣ୍ଟେଣ୍ଡ ଠାରୁ ଆରମ୍ଭ କରି ପ୍ଲମ୍ବର, ଶ୍ରମିକ, ନର୍ସ ଓ ଶିକ୍ଷକମାନେ ଯାଉଥିବା ଜଣାପଡ଼ିଛି । 
 

09/12/2018

Leave a Reply

Your email address will not be published. Required fields are marked *

Comments