Bikash Khabar
ଭାରତୀୟ ବୈଜ୍ଞାନିକ ଫଳାଇଲେ ନିଆରା ଫଳ, ଚିନିଠାରୁ ୩୦୦ ଗୁଣ ଅଧିକ ମିଠା

ଭାରତୀୟ କୃଷି ବିଜ୍ଞାନୀଙ୍କୁ ମିିଳିଛି ସଫଳତା । ଆଇଏଚବିଟି ଏବଂ ସିଏସଆଇଆରର ବୈଜ୍ଞାନିକଙ୍କ ଏକ ଦଳ ପାଲମପୁରରେ ଚୀନ ମାକ୍ନ ଫଳ ଫଳାଇବାରେ ସକ୍ଷମ ହୋଇଛନ୍ତି । ଆଶା କରାଯାଉଛି ବହୁତ ଶିଘ୍ର ଏହି ଫଳରୁ ପ୍ରସ୍ତୁତ ମିଠା ବଜାରରେ ଉପଲବ୍ଧ ହୋଇପାରିବ ।

ଭାରତ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ବଡ଼ ଚିନି ଉତ୍ପାଦକ ଦେଶ ହେବା ସହ ଏହାର ବଡ଼ ଉପଭୋକ୍ତା ମଧ୍ୟ । ମିଠା ଖାଇବା ଓ ଖୁଆଇବା ଭାରତୀୟ ଖାଦ୍ୟ ସଂସ୍କୃତିର ଏକ ଅଭିନ୍ନ ଅଂଶ । ଏବଂ ସମଗ୍ର ଦେଶର ବିଭିନ୍ନ କୋଣ ଅନୁକୋଣରେ ଦେଖାଯାଉଥିବା ବିବିଧତା ବାସ୍ତବରେ ଅଭୁତ । ଆମ ଦେଶରେ ମିଠା ଅଧିକ ଖାଇବାର ବିପଦ ମଧ୍ୟ କିଛି କମ୍ ନାହିଁ । ଇଣ୍ଟରନ୍ୟାସନାଲ ଡ଼ାଇବେଟିକ ଫେଡ଼େରେସନର ଏକ ଅଧ୍ୟୟନ ଅନୁଯାୟୀ ଭାରତରେ ପ୍ରାୟ ୬୨.୪ ମିଲିୟନ ଲୋକ ମଧୁମେହରେ ପୀଡ଼ିତ । ଚିନି ଖାଇବା ଦ୍ୱାରା ହେଉଥିବା ଖରାପ ପ୍ରଭାବରୁ ରକ୍ଷା ପାଇବା ପାଇଁ ପ୍ରାକୃତିକ ମିଠା ଏକ ବିକଳ୍ପ ଭାବରେ କ୍ଷୀପ୍ରଗତିରେ ଲୋକପ୍ରିୟତା ପାଉଛି । ଚୀନରେ ଦେଖାଯାଉଥିବା ମାକ୍ନ ଫଳ ମଧୁମେହ ରୋଗୀଙ୍କ ପାଇଁ ବହୁତ ସୁରକ୍ଷିତ ଭାବେ ବିବେଚିତ କରାଯାଇଥାଏ ।
ଆଇଏଚବିଟି ଏବଂ ସିଏସଆଇଆରର ବୈଜ୍ଞାନିକମାନେ ଏହି ଫଳକୁ ପାଲମପୁରରେ ସଫଳତାର ସହ ଲଗାଇଛନ୍ତି । ଏହି ଫଳ ଚିନିଠାରୁ ୩୦୦ ଗୁଣା ଅଧିକ ମିଠା ବୋଲି ଜଣାପଡ଼ିଛି । ବିଶ୍ୱରେ ଡ଼ାଇବେଟିକର ରାଜଧାନୀଭାବେ ଭାରତର ନୁଆ ଏକ ପରିଚିତି ଯୋଡ଼ି ହେବାକୁ ଯାଉଥିବାବେଳେ ଏହି ଫଳ ଏମାନଙ୍କ ମିଠା ଆବଶ୍ୟକତା ପୂରଣ କରିପାରିବ । ଚୀନରେ ଏହି ଫଳର ନାମ ‘ଲୋ ହାଁନ୍ ଗୁୟୋ’ । ଏଥିରେ କମ୍ କ୍ୟାଲୋରୀ ସହିତ ଅଧିକ ପୁଷ୍ଟି ରହିଛି । ରକ୍ତ ଶର୍କରା ସ୍ତରକୁ ବଢାଇ ନଥାଏ । ଦେଶର ୬୨.୪ ମିଲିୟନ ଡ଼ାଇବେଟିଜ ରୋଗୀଙ୍କ ମିଠା ଆବଶ୍ୟକତା ଏହି ଫଳ ଖୁବ୍ ଶିଘ୍ର ପୂରଣ କରିବ । 
 

05/12/2018

Leave a Reply

Your email address will not be published. Required fields are marked *

Comments